ଅମରାବତୀ: ଆନ୍ଧ୍ରପ୍ରଦେଶ କଡାପା ଜିଲ୍ଲା ଅନ୍ତର୍ଗତ ମୈଦୁଗୁର ନିକଟସ୍ଥ କନୁମାରେ ସଡ଼କ ଦୁର୍ଘଟଣା । ଗୁଜରାଟ-ଆନ୍ଧ୍ରପ୍ରଦେଶ ବସ ଧକ୍କା ହେବା ଫଳରେ 25 ଜଣ ଗୁରୁତର ଥିବା ସୂଚନା ରହିଛି । ଗୁଜରାଟର ଏକ ଘରୋଇ ବସରେ ତୀର୍ଥଯାତ୍ରୀ ତୀର୍ଥ ପାଇଁ ଯାଉଥିଲେ । ଏହି ସମୟରେ ଆରଟିସି ବସ ସହ ଧକ୍କା ହୋଇଛି ।
ସୂଚନା ଅନୁସାରେ ଏହି ଘରୋଇ ବସଟି 20 ଦିନ ପୂର୍ବେ ଗୁଜରାଟର ରାଜକୋଟରୁ ତୀର୍ଥଯାତ୍ରୀଙ୍କୁ ନେଇ ଥିରୁମାଲା ଅଭିମୁଖେ ବାହାରିଥିଲା । ତେବେ ରବିବାର ଭୋରୁ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ପ୍ରୋଡାତୁର ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ତଦନ୍ତ ଆରମ୍ଭ କରିଛି ।