ETV Bharat / bharat

ଓଡିଶାକୁ ୧୫ କୋଟି ସହ ବିଦ୍ୟୁତ୍ ଖୁଣ୍ଟ-ପାଣି ଟାଙ୍କି ପଠାଇଲେ ଆନ୍ଧ୍ର ସରକାର - crore

'ଫନି' ପ୍ରଳୟରେ ଛାରଖାର ଓଡିଶା । ଓଡିଶାକୁ ଏହି ବିପଦରୁ ମୁକୁଳାଇବା ପାଇଁ ସହାୟତାର ହାତ ବଢାଇଛନ୍ତି ଅନେକ ରାଜ୍ୟ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଓଡିଶାକୁ 15 କୋଟିର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : May 6, 2019, 12:30 PM IST

ଅମରାବତୀ: 'ଫନି' ପ୍ରଳୟରେ ଛାରଖାର ଓଡିଶା । ଶହଶହ କୋଟିର କ୍ଷୟକ୍ଷତିରେ ଭାଙ୍ଗିଯାଇଛି ଓଡିଶାର ଆର୍ଥିକ ମେରୁଦଣ୍ଡ । ଦୋହଲିଯାଇଛି ରାଜ୍ୟର ସ୍ଥିତି । ଓଡିଶାକୁ ଏହି ବିପଦରୁ ମୁକୁଳାଇବା ପାଇଁ ସହାୟତାର ହାତ ବଢାଇଛନ୍ତି ଅନେକ ରାଜ୍ୟ । ଏହି କ୍ରମରେ ଚନ୍ଦ୍ରବାବୁଙ୍କ ସରକାର ଓଡ଼ିଶାକୁ ୧୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ଏହାସହ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଓଡିଶାକୁ 15 କୋଟିର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହାସହ ଓଡିଶା ଚନ୍ଦ୍ରବାବୁଙ୍କୁ 5ହଜାର ଲିଟର କ୍ଷମତା ବିଶିଷ୍ଟ 500 ସିନଟେକ୍ସ ପାଣି ଟାଙ୍କି ଓ ଲୌହ ବିଦ୍ୟୁତ ଖୁଣ୍ଟ ମାଗିଛି । ଏପରି ସ୍ଥଳେ ଆନ୍ଧ୍ର ପ୍ରଦେଶ ମୁଖ୍ୟ ଶାସନ ସିଚବ ଏଲ୍‌ଭି ସୁଭ୍ରମଣ୍ୟୁମ ତାଙ୍କ ପ୍ରତିପକ୍ଷ ଓଡିଶା ଶାସନ ସଚିବଙ୍କୁ ଆନ୍ଧ୍ର ପ୍ରଦେଶରେ କେବଳ ସିମେଣ୍ଟ ବିଦ୍ୟୁତ ଖୁଣ୍ଟ ଉପଲବ୍ଧ ରହିଥିବା ସୂଚନା ଦେଇଛନ୍ତି ।

ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ଫନି' ପ୍ରଭାବିତ ହୋଇଥିବା ଓଡ଼ିଶାକୁ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓଡିଶାକୁ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଫନି ବାତ୍ୟା ପ୍ରଭାବିତଙ୍କ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ.ପାଲାନିସ୍ୱାମୀ ୧୦ କୋଟି ଟଙ୍କା ଲେଖାଏଁ ସାହାଯ୍ୟ ଘୋଷଣା କରିଛନ୍ତି । ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ୧୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଗୁଜୁରାଟ ଓ ଉତ୍ତରାଖଣ୍ଡ ସରକାର 5 କୋଟିର ସହାୟତା ରାଶି ପ୍ରଦାନ କରିଛନ୍ତି ।

Intro:Body:

dffgd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.