ETV Bharat / bharat

ଲକଡାଉନରେ ଫଲୋ କରନ୍ତୁ ବିରୁଷ୍କାଙ୍କ କ୍ବାରେଣ୍ଟାଇନ ଡାଏରୀ

author img

By

Published : May 21, 2020, 8:43 AM IST

ପୁରୁଣା ସ୍ମୃତି ସେୟାର କରିବା ଏକ ପଜିଟିଭ ଚିନ୍ତାଧାରା । ଅତୀତରେ କଟାଇଥିବା ଭଲ ସ୍ମୃତିକୁ ମନେ ପକାଇ ସମୟ ବିତାଇବା ଶ୍ରେଷ୍ଠ ଉପାୟ । ଅଧିକ ପଢନ୍ତୁ...

ଲକଡାଉନରେ ଫଲୋ କରନ୍ତୁ ବିରୁଷ୍କାଙ୍କ କ୍ବାରେଣ୍ଟାଇନ ଡାଏରୀ
ଲକଡାଉନରେ ଫଲୋ କରନ୍ତୁ ବିରୁଷ୍କାଙ୍କ କ୍ବାରେଣ୍ଟାଇନ ଡାଏରୀ

ମୁମ୍ବାଇ: ଲକଡାଉନରେ ସମସ୍ତେ ଘରେ ବନ୍ଦୀ ରହିଛନ୍ତି । ବାହାରକୁ ଯିବାର ନାହିଁ । ଏପରି ସମୟରେ ଲୋକେ ବିଭିନ୍ନ କାମରେ ନିଜକୁ ବ୍ୟସ୍ତ ରଖିଛନ୍ତି । ସେଲିବ୍ରିଟିମାନେ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । କିଏ ଘର ସଫା କରୁଛି ତ କିଏ ରୋଷେଇ କରୁଛି । କିଏ ବାସନ ମାଜୁଛି ତ କିଏ ଯୋଗ, ବ୍ୟାୟାମର ଭିଡିଓ ଛାଡୁଛି । ସୋସିଆଲ ମିଡିଆରେ ଏସବୁ ଖୁବ୍ ସେୟାର ହେଉଛି ।

ତେବେ ସମସ୍ତଙ୍କ ଭିତରେ ପାୱାର କପୁଲ ବିରୁଷ୍କାଙ୍କ କ୍ବାରେଣ୍ଟାଇନ ଡାଏରୀ ଅଧିକ ଫେମସ ହୋଇଛି । ନିକଟରେ କୋହଲିଙ୍କୁ ପଡିଆରେ ଉତ୍ସାହିତ କରିବା ଭଳି ଅନୁଷ୍କାଙ୍କ କଥା କହିବାର ଭିଡିଓ ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇଥିଲା । ସେହିପରି ବିରାଟଙ୍କ ଚୁଟି କାଟିବାର ଭିଡିଓକୁ ମଧ୍ୟ ଲୋକେ ଖୁବ୍ ପ୍ରଶଂସା କରିଥିଲେ । ଘରେ ରହି ଉଭୟ ପରସ୍ପରକୁ ଅଧିକ ସମୟ ଦେବା ସହ ଅନେକ ସୁଖଦ ମୂହୂର୍ତ୍ତ ଏକାଠି ବିତାଇଛନ୍ତି । ଲକଡାଉନରେ ଉଭୟଙ୍କ କାର୍ଯ୍ୟକଳାପ ଆପଣଙ୍କ ବୋରିଂ ସମୟ ଦୂର କରିବାର ଅନେକ କୌଶଳ ଶିଖାଇପାରିବ । ଏହାକୁ ଫଲୋ କରନ୍ତୁ ଦେଖିବେ ସମୟ କିପରି ଖୁସିରେ କଟିଯିବ । ଆମେ ଆପଣଙ୍କୁ ଆଜି ବିରୁଷ୍କାଙ୍କ କ୍ବାରେଣ୍ଟାଇନ ଡାଏରୀ ବିଷୟରେ ବତାଇବୁ ।

ପୁରୁଣା ସ୍ମୃତି ସେୟାର କରିବା ଏକ ପଜିଟିଭ ଚିନ୍ତାଧାରା । ଅତୀତରେ କଟାଇଥିବା ଭଲ ସ୍ମୃତିକୁ ମନେ ପକାଇ ସମୟ ବିତାଇବା ଶ୍ରେଷ୍ଠ ଉପାୟ । ଆପଣଙ୍କର ମନ ଭଲ ରହିବ ଏବଂ ଏକ ପଜିଟିଭିଟି ଲାଗି ରହିବ । ପୁରୁଣା ସମୟରେ ବୁଲିଥିବା ବିଭିନ୍ନ ଜାଗା ବିଷୟରେ ଆଲୋଚନା କରନ୍ତୁ । ସେହିପରି ଏହି ସମୟରେ ଯଦି ବର୍ଥ ଡ ସେଲିବ୍ରେସନ କରୁଛନ୍ତି ତେବେ ତାହାର ସଠିକ ଉପଯୋଗ କରନ୍ତୁ । ଏପରି ସମୟରେ ବାହାରକୁ ଯିବା କିମ୍ବା ବାହାରୁ କିଛି ଅର୍ଡର କରିବା ଅସମ୍ଭବ । ତେଣୁ ଘରେ କିଛି ବନାନ୍ତୁ, ଘର ସଜାନ୍ତୁ । ଦେଖିବେ ଏହା ବହୁତ ଭଲ ଲାଗିବା ସହ ଖୁସି ଦେବ । ଏପରି କାମ କରିବା ସମୟରେ ନା ଅଫିସ ଚିନ୍ତା ଥିବ ନା କୁଆଡେ ଯିବାର ଟେନସନ ଥିବ । ଫଳରେ ଯାହା ପାଇଁ ବି ଏହା କରିବେ ଆପଣ ହୃଦୟରୁ କରିବେ ଏବଂ ସେ ବହୁତ ଖୁସି ହେବେ । ଅନୁଷ୍କାଙ୍କ 32 ତମ ବର୍ଥ ଡେ ସେଲିବ୍ରେସନରେ ଏପରି କିଛି ଟିପ୍ସ ଦେଖାଇଥିଲେ କୋହଲି ।

ଘର ଲୋକ ଅବା ପତ୍ନୀଙ୍କ ସହ କିଛି ମଜାଦାର ସମୟ ବିତାନ୍ତୁ । ଉଭୟ ଅନେକ ଦିନ ହେବ ଏକାଠି କିଛି ମୂହୂର୍ତ୍ତ କାଟିନଥିବେ । ଯାହା ଏହି ସମୟରେ ଆପଣ ବିତାଇପାରିବେ । ଉଭୟ ମିଶି ବିଭିନ୍ନ ଖାନା ବନାନ୍ତୁ । ଲକଡାଉନରେ ନିଜ ଭିତର ମାଷ୍ଟରସେଫ୍ ବାହାରକୁ ଆଣନ୍ତୁ । ଘରୋଇ ଖାନା ସହ ଚାଇନିଜ, ରେସ୍ତୋରାଁ ଖାଦ୍ୟ ମଧ୍ୟ ଆପଣ ବନଇପାରିବେ । ସମୟ ବହୁତ ଅଛି ଶିଖନ୍ତୁ ଏବଂ ନୂଆ ଡିସ୍ ତିଆରି କରନ୍ତୁ । ଯେପରି ବିରୁଷ୍କା ଏହି ସମୟରେ ବନାଇଥିବା ପାଣିପୁରୀ, ମୋମୋ, ବେସନ ବର୍ଫିର ଫଟୋ ସୋସିଆଲ ମିଡିଆରେ ଅପଡେଟ କରିଥିଲେ । ଏହାସହ ସମୟ ବିତାଇବାକୁ କିଛି ଫନି ସେଲ୍ଫି ନିଅନ୍ତୁ । ନିଜ ପାର୍ଟନର ସହ ହେଉ ଅବା ପରିବାର କିମ୍ବା ସାଙ୍ଗସାଥୀଙ୍କ ସହ ମିଶି ବିଭିନ୍ନ ଫନି ସେଲ୍ଫି ନିଅନ୍ତୁ ଏବଂ ସମୟର ମଜା ଉଠାନ୍ତୁ ।

ପରିବାର ସହ ଇଣ୍ଡୋର ଗେମ ଖେଳନ୍ତୁ । ଏହା ସମସ୍ତଙ୍କୁ ଏକାଠି କରିବ ଏବଂ ଭଲ ପାଇବା ବଢାଇବ । ଅନୁଷ୍କାଙ୍କ ବାପା, ମାଆଙ୍କ ସହ କୋହଲି ଲୁଡୁ ଖେଳୁଥିବାର ଭିଡିଓ ସେୟାର କରିଥିଲେ ପାତାଲ ଲୋକ ପ୍ରଯୋଜିକା । ଏଥିରେ ସମସ୍ତେ ଖେଳର ମଜା ନେବାର ଦେଖାଯାଇଥିଲା । ଏହି ସମୟରେ ବିଭିନ୍ନ ଇଣ୍ଡୋର ଗେମ୍ ଅଧିକ ଲୋକପ୍ରିୟ ହୋଇଛି । ପରିବାର, ପିଲାଛୁଆଙ୍କ ସହ ଏହାର ମଜା ନିଅନ୍ତୁ । ଏହା ଆପଣଙ୍କର ସମ୍ପର୍କର ଗଭୀରତାକୁ ଦୃଢ କରିବ । ନିଜ ପିଲା ଅବା ସ୍ବାମୀ ପାଇଁ ହେୟାର ଷ୍ଟାଇଲିଷ୍ଟ ବନନ୍ତୁ । ଲକଡାଉନରେ ସେଲୁନ ବନ୍ଦ ରହିଛି । ସେଥିପାଇଁ ଘରେ ଟ୍ରିମର ସାହାଯ୍ୟରେ ପିଲାଙ୍କ ଚୁଟି କାଟନ୍ତୁ । ନିଜ ହେୟାରକୁ ମଧ୍ୟ ଏକ ଷ୍ଟାଇଲିସ ଲୁକ ଦିଅନ୍ତୁ । ପତ୍ନୀଙ୍କ ହେୟାର ଡ୍ରେସର ହେବା ସହଜ ନୁହେଁ କିନ୍ତୁ ପତ୍ନୀ ଆପଣଙ୍କ ହେୟାରକୁ ଏକ ନୂଆ ଷ୍ଟାଇଲ ଦେଇପାରିବେ । ଯେପରି ଅନୁଷ୍କା ବିରାଟଙ୍କ ହେୟାର ସଜାଇଥିଲେ । ଭବିଷ୍ୟତରେ ହୁଏତ ଏହା ଆପଣଙ୍କ ସେଲୁନ ଖର୍ଚ୍ଚ ବଞ୍ଚାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.