ଶ୍ରୀନଗର: ଜମ୍ମୁ-କାଶ୍ମୀର ବ୍ୟାଙ୍କ ଗୁଡିକରେ ନିଯୁକ୍ତି ଅନିୟମିତତାକୁ ନେଇ ଏସିବି ଘେରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତି । ରାଜ୍ୟର ବ୍ୟାଙ୍କ ଗୁଡିକରେ ହୋଇଥିବା ବେଆଇନ ନିଯୁକ୍ତି ଉପରେ ମେହବୁବାଙ୍କୁ ଜବାବ ତଲବ କଲା ଆଣ୍ଟି କରପସନ ବ୍ୟୁରୋ(ଏସିବି) । ଅନିୟମିତତାକୁ ନେଇ ମେହବୁବାଙ୍କୁ ଚିଠି ଲେଖି ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଚିଠିରେ କୁହାଯାଇଛି, କିଛି ମନ୍ତ୍ରୀଙ୍କ କଥାରେ ଜମ୍ମୁ-କାଶ୍ମୀର ବ୍ୟାଙ୍କଗୁଡିକର ଉପରିସ୍ଥ ଅଧିକାରୀ କେତେକ ବେଆଇନ ନିଯୁକ୍ତି ଦେଇଛନ୍ତି । ଏକ ତଦନ୍ତ ରିପୋର୍ଟରେ ଏନେଇ ଜାଣିବାକୁ ମିଳିଛି । ଜମ୍ମୁ-କାଶ୍ମୀର ବ୍ୟାଙ୍କରେ ବେଆଇନ ନିଯୁକ୍ତିରେ ମେବବୁବାଙ୍କ ସମ୍ପୃକ୍ତିକୁ ନେଇ ପ୍ରଶ୍ନ କରିଛି ବ୍ୟୁରୋ ।
ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀର ବ୍ୟାଙ୍କରୁ କିଛିଦିନ ତଳେ ବିତାଡିତ ହୋଇଥିବା ଅଧିକାରୀ ଅହମଦ ନେଙ୍ଗରୁଙ୍କ ବାସଭବନ ଉପରେ ଏସିବି ଚଢାଉ କରିଥିଲା । ଏହି ସମୟରେ ବ୍ୟାଙ୍କର ବେଆଇନ ନିଯୁକ୍ତି ସମ୍ବନ୍ଧରେ କିଛି ଦସ୍ତାବିଜ ସାମ୍ନାକୁ ଆସିଥିଲା ।