ଜୟପୁର: ରାଜସ୍ଥାନ ରାଜନୀତିରେ ଜାରି ହାଇ ଭୋଲଟେଜ ଡ୍ରାମା ମଧ୍ୟରେ ବିଧାୟକ କିଣାବିକା ମାମଲାରେ ଗିରଫ ହୋଇଥିବା ସଞ୍ଜୟ ଜୈନଙ୍କ ରିମାଣ୍ଡ ଅବଧି ପୂନର୍ବାର ବୃଦ୍ଧି କରାଯାଇଛି । ଅଗଷ୍ଟ 12 ଯାଏଁ ସଞ୍ଜୟଙ୍କୁ ପୋଲିସ ହେପାଜତରେ ରହିବାକୁ ପଡିବ ।
ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଜାରି ବିବାଦରେ ପୂର୍ଣ୍ଣଛେଦ କେବେ ପଡିବ, ତାହା ଏବେ ସସପେନ୍ସରେ । ଏପରିସ୍ଥିତିରେ ବିଧାୟକ କିଣାବିକା ମାମଲାରେ ଗିରଫ ହୋଇଥିବା ସଞ୍ଜୟ ଜୈନଙ୍କ ଏହାରି ମଧ୍ୟରେ ସଞ୍ଜୟଙ୍କ ରିମାଣ୍ଡ ଅବଧିକୁ ପୁଣି ବଢାଇଦେଇଛି ଏସିବି । ପୂର୍ବରୁ 5 ଅଗଷ୍ଟ ଯାଏଁ ସେ ନ୍ୟାୟିକ ହେପାଜତରେ ଥିଲେ ସଞ୍ଜୟ । ଏହାସହ ପୂର୍ବରୁ 24 ଜୁଲାଇ ଯାଏଁ ପୋଲିସ ତାଙ୍କୁ ରିମାଣ୍ଡରେ ନେଇ ପଚରା ଉଚୁରା ଜାରି ରଖିଥିଲା ।
ରାଜସ୍ଥାନରେ ବିଧାୟକ କିଣାବିକା ନେଇ ଭାଇରାଲ ହେଉଥିବା ଅଡିଓ ମାମଲାରେ ସଞ୍ଜୟ ଜୈନ ଗିରଫ ହୋଇଥିଲେ । ରାଜସ୍ଥାନର ସ୍ପେଶାଲ ଅପରେଶନ୍ ଗ୍ରୁପ (ଏସଓଜି) ସଞ୍ଜୟଙ୍କୁ ଜୟପୁରରୁ ଗିରଫ କରିଥିଲା । ଭାରତୀୟ ଦଣ୍ଡ ବିଧାନର ଧାରା 124 'କ' ଏବଂ 120 'ଖ' ଆଧାରରେ ଜୈନଙ୍କୁ ଗିରଫ କରାଯାଇଥିଲା ।