ETV Bharat / bharat

ପୁଣି ଶୁଭିଲା ଦେଶ ବିରୋଧୀ ନାରା:‘ ପାକିସ୍ତାନ ଜିନ୍ଦାବାଦ’ ପରେ ‘କାଶ୍ମୀର ମୁକ୍ତି’

ଶୁକ୍ରବାର ବେଙ୍ଗାଲୁରୁର ଟାଉନ ହଲରେ ହିନ୍ଦୁ ଜାଗରଣ ବୈଦିକ ପକ୍ଷରୁ ଗତକାଲି ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିବା ଯୁବତୀ ଅମୂଲ୍ୟ ଲିୟୋନାଙ୍କ ଗିରଫ ପ୍ରତିବାଦରେ ଏକ ପ୍ରଦର୍ଶନ କରାଯାଇଥିଲା । ପ୍ରଦର୍ଶନକାରୀଙ୍କ ଭିତରେ ଜଣେ ଯୁବତୀ ହାତରେ କନ୍ନଡ ଭାଷାରେ ‘ଦଳିତ ମୁକ୍ତି୍’, ‘କାଶ୍ମୀର ମୁକ୍ତି’ ଓ ‘ମୁସଲିମ ମୁକ୍ତି’, ଲେଖାଥିବା ପ୍ଲାକାର୍ଡ ପ୍ରଦର୍ଶିତ କରିଥିଲେ । ଏହାପରେ ପୋଲିସ ତାଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ପୁଣି ଥରେ ବେଙ୍ଗାଲୁରୁରେ ଶୁଭିଲା ଦେଶ ବିରୋଧୀ ନାରା

author img

By

Published : Feb 21, 2020, 5:05 PM IST

ବେଙ୍ଗାଲୁରୁ: ପୁଣି ଥରେ ବେଙ୍ଗାଲୁରୁରେ ଶୁଭିଲା ଦେଶ ବିରୋଧୀ ନାରା । ‘କାଶ୍ମୀର ମୁକ୍ତି’ ପ୍ଲାକାର୍ଡ ପ୍ରଦର୍ଶନ ଓ ସ୍ଲୋଗାନ ଦେଇ ଗିରଫ ହେଲେ ଯୁବତୀ ।

ପୁଣି ଥରେ ବେଙ୍ଗାଲୁରୁରେ ଶୁଭିଲା ଦେଶ ବିରୋଧୀ ନାରା

ସୂଚନା ଯେ ଶୁକ୍ରବାର ବେଙ୍ଗାଲୁରୁର ଟାଉନ ହଲରେ ହିନ୍ଦୁ ଜାଗରଣ ବୈଦିକ ପକ୍ଷରୁ ଗତକାଲି ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିବା ଯୁବତୀ ଅମୂଲ୍ୟ ଲିୟୋନାଙ୍କ ଗିରଫ ପ୍ରତିବାଦରେ ଏକ ପ୍ରଦର୍ଶନ କରାଯାଇଥିଲା । ପ୍ରଦର୍ଶନକାରୀଙ୍କ ଭିତରେ ଜଣେ ଯୁବତୀ ହାତରେ କନ୍ନଡ ଭାଷାରେ ‘ଦଳିତ ମୁକ୍ତି୍’, ‘କାଶ୍ମୀର ମୁକ୍ତି’ ଓ ‘ମୁସଲିମ ମୁକ୍ତି’, ଲେଖାଥିବା ପ୍ଲାକାର୍ଡ ପ୍ରଦର୍ଶିତ କରିଥିଲେ ।

ଏହାପରେ ଉପସ୍ଥିତ ଲୋକ ଯୁବତୀଙ୍କୁ ଘେରି ଯାଇଥିଲେ, କୌଣସି ଅଘଟଣ ଘଟିବା ପୂର୍ବରୁ ବେଙ୍ଗାଲୁରୁ ପୋଲିସ ଯୁବତୀଙ୍କୁ ଭିଡରୁ ଉଦ୍ଧାର କରିବା ସହ ହେପାଜତକୁ ନେଇଥିଲେ । ଏହି ଘଟଣା ପରେ ବେଙ୍ଗାଲୁରୁ ପୋଲିସ କମିଶନର ଭାସ୍କର ରାଓ ଯୁବତୀ ଜଣଙ୍କର ପରିଚୟ ଠାରୁ ଆରମ୍ଭ କରି ଏହା ପଛରେ କାହାର ହାତ ରହିଛି ସେ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ବେଙ୍ଗାଲୁରୁରେ ଗୁରୁବାର ନାଗରିକତା ସଂଶୋଧନ ଆଇନ ବିରୋଧୀ ରାଲିରେ ପାକିସ୍ତାନ ଜିନ୍ଦାବାଦର ନାରା ଦେଇଥିବା ଯୁବତୀ ଅମୂଲ୍ୟ ଲିୟୋନାକୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ଏଆଇଏମଆଇଏମର ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀଙ୍କ ନେତୃତ୍ବରେ ଆୟୋଜିତ ହୋଇଥିବା ସିଏଏ ବିରୋଧି ରାଲି ମଞ୍ଚରେ ପାକିସ୍ତାନକୁ ସମର୍ଥନ କରି ନାରା ଲଗାଇଥିଲେ ଏହି ଯୁବତୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.