ୱାଶିଂଟନ: ଆମେରିକା ମିଲିଟାରୀ ଏକାଡେମୀରେ ଭାରତୀୟ ଶିଖ୍ ମହିଳା ଅନମୋଲ୍ ନାରଙ୍ଗ ଇତିହାସ ରଚିଛନ୍ତି । ପ୍ରଥମ ଶିଖ୍ ଭାବେ ସେ ଏହି ଏକାଡେମୀରୁ ଗ୍ରାଜୁଏଟ୍ ହୋଇଛନ୍ତି । ଦ୍ବିତୀୟ ଲେଫ୍ଟେନାଣ୍ଟ ଅନମୋଲ୍ ଏପରି କୃତିତ୍ବ ହାସଲ କରିବାରେ ପ୍ରଥମ ଶିଖ୍ ମହିଳା ପାଲଟିଛନ୍ତି ।
ଶନିବାର ୱେଷ୍ଟ ପଏଣ୍ଟ ସ୍ଥିତ ଏହି ଏକାଡେମୀରୁ ନାରଙ୍ଗ ଗ୍ରାଜୁଏଟ୍ ହୋଇଛନ୍ତି । ଶିଖ୍ ଆମେରିକାନଙ୍କ ପାଇଁ ସେ ଉଦାହରଣ ସୃଷ୍ଟି କରିଛନ୍ତି । ଏପରି କୃତିତ୍ବ ହାସଲ କରି ସେ ଖୁସି ଥିବା ଏବଂ ଏହା ତାଙ୍କ ପାଇଁ ଏକ ସମ୍ମାନର ବିଷୟ ବୋଲି ଅନମୋଲ୍ ପ୍ରତିକ୍ରିୟା ଦେଇଛନ୍ତି । ଏହାସହ ସମସ୍ତ ଶିଖ୍ ଆମେରିକାନଙ୍କୁ ସେ ନିଜ ସ୍ବପ୍ନ ପୂରଣ କରିବା ପାଇଁ ଦୃଢ ଇଚ୍ଛାଶକ୍ତି ଏବଂ ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ଆମେରିକାରେ ସବୁ ପ୍ରକାର କ୍ୟାରିୟରରେ ସେମାନେ ତିଷ୍ଠି ପାରିବେ ବୋଲି ସେ କହିଛନ୍ତି ।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କଠାରୁ ସେ ଏହି ସମ୍ମାନ ଗ୍ରହଣ କରିବେ ବୋଲି ଜଣାପଡିଛି । ନାରଙ୍ଗ ନିଜର ବେସିକ୍ ଲିଡରସିପ୍ କୋର୍ସ ଶେଷ କରିବା ପରେ ଜାପାନର ଓକିନାୱାରେ ତାଙ୍କର ପ୍ରଥମ ପୋଷ୍ଟିଂ ହେବ । ଆସନ୍ତାବର୍ଷ ପ୍ରାରମ୍ଭରେ ତାଙ୍କର ପୋଷ୍ଟିଂ ହେବ । ତାଙ୍କ ପରିବାର ଜର୍ଜିଆରେ ରହୁଥିବାବେଳେ ସେ ସେଠାରେ ସ୍କୁଲ ପଢା କରିଛନ୍ତି । ତାଙ୍କର ଅଜା ଭାରତୀୟ ସେନାରେ କାମ କରିଥିଲେ । ସେଥିପାଇଁ ପିଲାବେଳୁ ତାଙ୍କର ସେନାରେ ସେବା କରିବାକୁ ଇଚ୍ଛା ଥିଲା । ପରେ ସେ ନିଜର ଅନ୍ୟାନ୍ୟ ଶିକ୍ଷା ଶେଷ କରି ଆମେରିକାର ମିଲିଟାରୀ ଏକାଡେମୀରେ ଯୋଗ ଦେଇଥିଲେ ।
ଆମେରିକା ମିଲିଟାରୀ ଏକାଡେମୀର ପ୍ରଥମ ଶିଖ୍ ଗ୍ରାଜୁଏଟ୍ ଅନମୋଲ୍ - first sikh to graduate from America military academy
ଶନିବାର ୱେଷ୍ଟ ପଏଣ୍ଟ ସ୍ଥିତ ଏହି ଏକାଡେମୀରୁ ନାରଙ୍ଗ ଗ୍ରାଜୁଏଟ୍ ହୋଇଛନ୍ତି । ଶିଖ୍ ଆମେରିକାନଙ୍କ ପାଇଁ ସେ ଉଦାହରଣ ସୃଷ୍ଟି କରିଛନ୍ତି । ଏପରି କୃତିତ୍ବ ହାସଲ କରି ସେ ଖୁସି ଥିବା ଏବଂ ଏହା ତାଙ୍କ ପାଇଁ ଏକ ସମ୍ମାନର ବିଷୟ ବୋଲି ଅନମୋଲ୍ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ...