ଚଣ୍ଡିଗଡ: ହରିୟାଣା ଯମୁନାନଗରର ଜଣେ ଯୁବକ ନିଜ ବିଏମଡବ୍ଲ୍ୟୁ କାରକୁ ନଦୀରେ ଭସେଇ ଦେଇଛନ୍ତି । ଆଉ ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଏପରି କାମ କରିବା ପଛର କାରଣ ହେଉଛି, ଏହି ଯୁବକ ଜଣକ ବାପାଙ୍କୁ ଦାମି ଜାଗୁଆର କାର ଦାବି କରିଥିଲେ । ହେଲେ ମାତାପିତା ବିଏମଡବ୍ଲ୍ୟୁ କାର ଉପହାର ଦେଇଥିଲେ । ଏହି ଗାଡିର ଦାମ ୩୦ରୁ ୩୫ ଲକ୍ଷ । କିନ୍ତୁ ଏଥିରେ ତାଙ୍କର ମନ ବୁଝିନଥିଲା । ଉତକ୍ଷିପ୍ତ ହୋଇ ନଦୀରେ ଭସେଇ ଦେଇଥିଲେ ଏହି ଦାମି ଉପହାର ।
ହେଲେ କାରଟି ନଦୀ ମଝିରେ ଥିବା ଟାପୁରେ ଲାଗିଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ସହ ଏବେ ଗାଡିକୁ ପାଣିରୁ କାଢିବା ପାଇଁ ଉଦ୍ୟମ ଚାଲିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଗିରଫ କରିଥିଲା ।