ବିଶାଖାପାଟନମ: ଆନ୍ଧ୍ର ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି 7 ମାଓବାଦୀ । ସେଥିମଧ୍ୟରୁ 6 ଜଣ ସିପିଆଇ ମାଓବାଦୀ ରହିଥିବା ବେଳେ ଅନ୍ୟଜଣେ ସ୍ବାର୍ଡ ମେମ୍ବର ଅଛନ୍ତି । ତେବେ ଏହି ସମସ୍ତ ମାଓବାଦୀ ମଙ୍ଗଳବାର ଆଣ୍ଟି ନକ୍ସଲ ଅପରେସନରେ ସମ୍ପୃକ୍ତ ସ୍ବତନ୍ତ୍ର ପୋଲିସ ଓଏସଡି ବି. କ୍ରୀଷ୍ଣା ରାଓଙ୍କ ପାଖେ ଆତ୍ମସମର୍ପଣ କରିଛନ୍ତି ।
ଖବର ଅନୁଯାୟୀ, ଏହି 7 ଜଣ ମାଓବାଦୀ ପୂର୍ବରୁ ଆତ୍ମସମର୍ପଣ କରିଥିବା ବେଳେ 4 ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ 4 ମାଓବାଦୀଙ୍କୁ ରିମାଣ୍ଡକୁ ପଠାଯାଇଛି । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ବିଭିନ୍ନ ଅପରାଧୀକ ମାମଲାରେ ଜଡିତଅଛନ୍ତି । ସେଥିମଧ୍ୟରୁ ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି ସେମାନଙ୍କୁ ପୁରସ୍କାର ରାଶି ଦିଆଯିବ ।