ETV Bharat / bharat

ମାଓ ସଙ୍ଗଠନରେ ଯୋଗଦେବାକୁ ରାଷ୍ଟ୍ରପତିଙ୍କ ଅନୁମତି ଭିକ୍ଷା କଲେ ଆନ୍ଧ୍ରପ୍ରଦେଶ ଯୁବକ

ଆନ୍ଧ୍ରପ୍ରଦେଶ ଜଣେ ଅନସୂଚିତ ଜାତିର ଯୁବକ ମାଓ ସଙ୍ଗଠନରେ ସାମିଲ ହେବା ପାଇଁ ଦେଶର ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଅନୁମତି ଭିକ୍ଷା କରିଛି । ପୋଲିସ ଅତ୍ୟାଚାରରରେ ନ୍ୟାୟ ନମିଳିବାରୁ ସେ ଏପରି ପଦକ୍ଷେପ ନେଇଛି । ଅଧିକ ପଢନ୍ତୁ...

author img

By

Published : Aug 12, 2020, 9:46 PM IST

ମାଓ ସଙ୍ଗଠନରେ ଯୋଗଦେବାକୁ ରାଷ୍ଟ୍ରପତିଙ୍କ ଅନୁମତି ଭିକ୍ଷା କଲେ ଆନ୍ଧ୍ରପ୍ରଦେଶ ଯୁବକ
ମାଓ ସଙ୍ଗଠନରେ ଯୋଗଦେବାକୁ ରାଷ୍ଟ୍ରପତିଙ୍କ ଅନୁମତି ଭିକ୍ଷା କଲେ ଆନ୍ଧ୍ରପ୍ରଦେଶ ଯୁବକ

ଅମରାବତୀ: ଆନ୍ଧ୍ରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟ ଚକିତ କରିଦେବା ପରି ଖବର ସାମ୍ନାକୁ ଆସିଛି । ରାଜ୍ୟର ଜଣେ ଅନସୂଚିତ ଜାତିର ଯୁବକ ମାଓ ସଙ୍ଗଠନରେ ସାମିଲ ହେବା ପାଇଁ ଦେଶର ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଅନୁମତି ଭିକ୍ଷା କରିଛି । ଯୁବକ ଜଣଙ୍କ ଘର ଉତ୍ତର ଗୋଦାବରୀ ଅଞ୍ଚଳର ହୋଇଥିବା ଜଣାପଡିଛି । ତେବେ ଏହି ଯୁବକ ଥାନାରେ ମାଡ ଖାଇବା ସହ ପୋଲିସ ଅତ୍ୟାଚାରର ନେଇ ଅଭିଯୋଗ ହୋଇଥିବା ବେଳେ ନ୍ୟାୟ ନମିଳିବାରୁ ସେ ଏପରି ପଦକ୍ଷେପ ନେଇଛି । ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଏଲୁରୁର ଡିଆଇଜି ।

ଡିଆଜି ମୋହନ ରାଓ ଏଲୁରୁ ପୋଲିସ ଷ୍ଟେସନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଭାରା ପ୍ରସାଦ ମାମଲାରେ ନିଆଯାଇଥିବା ସମସ୍ତ ପଦକ୍ଷେପ ବିଷୟରେ ବର୍ଣ୍ଣନା କରିଥିଲେ । ନ୍ୟାୟ ପାଇ ନ ଥିବାରୁ ସେ ମାଓ ସଙ୍ଗଠରେ ସାମିଲ ହେବାକୁ ରାଷ୍ଟ୍ରପତିଙ୍କ ଅନୁମତି ଭିକ୍ଷା କରିଛି । ଏହା ସମ୍ପୂର୍ଣ୍ଣ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଘଟଣାରେ ସୀତାନଗରାମ ପୋଲିସର ଜଣେ ସବ୍-ଇନ୍ସପେକ୍ଟର ଏବଂ ଜଣେ କନଷ୍ଟେବଳଙ୍କୁ ତୁରନ୍ତ ଗିରଫ କରି ରିମାଣ୍ଡରେ ପଠାଇ ଦିଆଯାଇଥିଲା। ଏସସି/ଏସଟି ଅଧିନିୟମ ଅନୁଯାୟୀ ଏକ ମାମଲା ଦାୟର କରାଯାଇଛି। ଏହି ଘଟଣା ପରେ ଭାରା ପ୍ରସାଦଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି । ଏଭଳି ପଦକ୍ଷେପ ସତ୍ତ୍ବେ ଭାରା ପ୍ରସାଦ ରାଷ୍ଟ୍ରପତିଙ୍କୁ ମାଓବାଦୀଙ୍କ ସହ ଯୋଗଦେବାକୁ ଅନୁମତି ମାଗିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଡିଆଜି ମତ ଦେଇଛନ୍ତି ।

ଡିଆଜି ଆହୁରି ମଧ୍ୟ କହିଛନ୍ତି ଯେ ପ୍ରସାଦଙ୍କ ପଦକ୍ଷେପ ଏପରି ପଦକ୍ଷେପ ରାଜନୈତିକ ପ୍ରରୋଚନା କାରଣରୁ ହୋଇଥାଇପାରେ । କିଛି ରାଜନୈତିକ ଶକ୍ତି ତାଙ୍କୁ ଏହା କରିବା ପାଇଁ ପ୍ରେରିତ କରିଥିବା ଜଣାପଡିଛି। ମାଓବାଦୀ ସଙ୍ଗଠନରେ ଯୋଗଦେବାକୁ ଦାବି କରିବା ଏବଂ ଏହି ଦାବିକୁ ଉତ୍ସାହିତ କରିବା ଉଭୟ ଅପରାଧ ଅଟେ। ଆମେ ଏଭଳି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏହିପରି ମନ୍ତବ୍ୟଗୁଡିକ ଭୁଲ ସଙ୍କେତ ଦେଇଥାଏ । ଲୋକେ ଅଭିବ୍ୟକ୍ତି ସ୍ବାଧିନତାର ଅପବ୍ୟବହାର କରିବା ଉଚିତ ନୁହେଁ ବୋଲି ଡିଆଇଜି କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.