ଅମରାବତୀ: କୋରୋନା ମୁକାବିଲା ପାଇଁ ଲାଗି ପଡିଛି ସାରା ଦେଶ । ଏହି ସମୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସୁରକ୍ଷାକର୍ମୀ । ତେଣୁ ସାରା ଦେଶ ସେମାନଙ୍କୁ ଜଣାଉଛି କୃତଜ୍ଞତା । ତେବେ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଭିନ୍ନ ଏକ ଦୃଶ୍ୟ । ଜଣେ ପୋଲିସ କର୍ମଚାରୀଙ୍କୁ କୃତଜ୍ଞତା ଦେବାପାଇଁ ତାଙ୍କ ପାଦ ଧରିଛନ୍ତି ଅରକୁ ବିଧାୟକ ଚେଟ୍ଟି ଫାଲଗୁନା ।
ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ସ୍ବାସ୍ଥ୍ୟକର୍ମୀ ଓ ସୁରକ୍ଷାକର୍ମୀ ମାନେ କୋରୋନା ସହ ଲଢ଼ିବା ପାଇଁ ଅନବାରତ ଚେଷ୍ଟା ଜାରି ରଖିଛନ୍ତି । ଦେଶବାସୀ ବିଭିନ୍ନ ମାଧ୍ୟମରେ ଏମାନଙ୍କୁ ଧନ୍ୟବାଦ ଦେଉଥିବା ବେଳେ ଅରକୁ ବିଧାୟକଙ୍କ ଏପରି ଭାବେ କୃତଜ୍ଞତା ଦେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।