ETV Bharat / bharat

ଦକ୍ଷିଣ ଭାରତ କୋରୋନା ଅପଡେଟ: ଆନ୍ଧ୍ରରେ ମୃତ୍ୟୁସଂଖ୍ୟା ସର୍ବାଧିକ - corna lockdown

ଦକ୍ଷିଣ ଭାରତର ଅନ୍ୟ ରାଜ୍ୟ ତୁଳନାରେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ମୃତ୍ୟୁ ଘଟିଛି। ଏବେ ସୁଦ୍ଧା 955 ଲୋକ ସଂକ୍ରମିତ ହୋଇଥିବା ବେଳେ 29 ଜଣଙ୍କ ଜୀବନ ଯାଇଛି।

Andhra Pradesh tops list for deaths
ଦକ୍ଷିଣ ଭାରତର ରାଜ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରରେ କୋରୋନା ମୃତ୍ୟୁସଂଖ୍ୟା ସର୍ବାଧିକ
author img

By

Published : Apr 25, 2020, 2:30 PM IST

ବିଶାଖାପାଟନା: କୋରୋନା ପାଇଁ ଦକ୍ଷିଣ ଭାରତର ସମସ୍ତ ରାଜ୍ୟ ମାନଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶରେ ଗଡୁଛି ଅଧିକ ମୁଣ୍ଡ। ଏହି ରାଜ୍ୟରେ ଏଯାବତ୍ କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ଯାହା ଦକ୍ଷିଣ ଭାରତର ଅନ୍ୟ ରାଜ୍ୟ ତୁଳନାରେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ମୃତ୍ୟୁ ଘଟିଛି।

ଆନ୍ଧ୍ରରେ ଏବେ ସୁଦ୍ଧା 955 ଲୋକ ସଂକ୍ରମିତ ହୋଇଥିବା ବେଳେ 29 ଜଣଙ୍କ ଜୀବନ ଯାଇଛି। ସେହିପରି ତେଲେଙ୍ଗାନାରେ 944 ଜଣ ସଂକ୍ରମିତ ହୋଇଥିବା ବେଳେ 253 ଜଣ ସୁସ୍ଥ ହୋଇଛନ୍ତି ଓ 26 ଜଣଙ୍କ ମୃତ୍ୟୁ ଘଟିଛି।

ତାମିଲନାଡୁରେ 1755 ଆକ୍ରାନ୍ତଙ୍କ ମଧ୍ୟରୁ 866 ଜଣ ସୁସ୍ଥ ହୋଇଥିବା ବେଳେ 22 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି। କର୍ଣ୍ଣାଟକରେ 463 ପଜିଟିଭ୍ କେସରୁ 13 ଜଣ ସୁସ୍ଥ ହୋଇଥିବା ବେଳେ 18 ଜଣଙ୍କ ପ୍ରାଣ ଯାଇଛି। ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି କି ଦକ୍ଷିଣ ଭାରତ ଅନ୍ୟ ରାଜ୍ୟ ତୁଳନାରେ ଆନ୍ଧ୍ର ପ୍ରଦେଶରେ ଅଧିକ ମୁଣ୍ଡ ଗଡୁଛି। ଏହି ରାଜ୍ୟ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ କୋରୋନା ଟେଷ୍ଟିଂ କରିଛି।

ଆନ୍ଧ୍ରପ୍ରଦେଶରେ 10 ଲକ୍ଷ ଲୋକରେ 1 ହଜାର 18 ଜଣଙ୍କ ଟେଷ୍ଟ ହେଉଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 54 ହଜାର 338 ସାମ୍ପଲ ପରୀକ୍ଷଣ କରାଯାଇଛି। ଏପରିକି ଆନ୍ଧ୍ର ମଧ୍ୟ ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ କୋରୋନାରେ ମୃତ୍ୟୁ ସଂଖ୍ୟାରେ ପଞ୍ଚମ ସ୍ଥାନରେ ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.