ଅମରାବତୀ: ପୋଲିସ ସାଜିଲା ଦେବଦୂତ । କୋରୋନା ବ୍ୟାପିବାରୁ ରୋକିବ ପାଇଁ ସାରା ଭାରତରେ ଲକ ଡାଉନ ଘୋଷଣା କରାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶ ପୋଲିସ ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଛନ୍ତି ।
ସୂଚନା ଅନୁଯାୟୀ, ଶୈକ ସିଦ୍ଦିକ୍ବା ନାମକ ଜଣେ 25 ବର୍ଷୀୟ ମହିଳା ଆନ୍ଧ୍ରପ୍ରଦେଶର ଭବାନୀପୁରମ ପୋଲିସ ଷ୍ଟେସନ ନିକଟସ୍ଥ କାବେଲ ଅଞ୍ଚଳର ରୁହନ୍ତି । ରବିବାର ସକାଳୁ ସେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କ ପରିବାର ଅଟୋ ଏବଂ ଟ୍ୟାକ୍ସିକୁ ଯୋଗାଡ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଅଟୋ ମିଳି ନଥିଲା ।
ଯାହାଫଳରେ ତାଙ୍କ ପରିବାର ଲୋକ ଭବାନୀପୁରମ ପୋଲିସ ଷ୍ଟେସନରେ ଏନେଇ ଖବର ଦେଇଥିଲେ । ଖବର ପାଇ ପୋଲିସ ତୁରନ୍ତ ମହିଳାଙ୍କ ଘରକୁ ଯାଇ ତାଙ୍କୁ ନିଜ ଗାଡି ସାହାର୍ଯ୍ୟରେ ନିକଟସ୍ଥ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ ।