ETV Bharat / bharat

ଆନ୍ଧ୍ରପ୍ରଦେଶ ସିଏମ ଲଞ୍ଚ କଲେ 2ଟି ଖାଦ୍ୟ ଯୋଜନା, ମହିଳା ଓ ଶିଶୁ ହେବେ ଉପକୃତ - schemes to boost women, child health

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ୍ ମୋହନ ରେଡ୍ଡୀ ଲଞ୍ଚ କଲେ ଦୁଇଟି ନୂତନ ଖାଦ୍ୟ ଯୋଜନା । ହଜାର ହଜାର ଗର୍ଭବତୀ ଏବଂ ନର୍ସିଂ ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି ଯୋଜନା କରିଥିବା ସୋମବାର ଜଣେ ଅଧିକାରୀ କହିଛନ୍ତି। ଅଧିକ ପଢନ୍ତୁ...

ଆନ୍ଧ୍ରପ୍ରଦେଶ ସିଏମ ଲଞ୍ଚ କଲେ 2ଟି ଖାଦ୍ୟ ଯୋଜନା, ମହିଳା ଓ ଶିଶୁ ହେବେ ଉପକୃତ

author img

By

Published : Sep 8, 2020, 3:54 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ୍ ମୋହନ ରେଡ୍ଡୀ ଲଞ୍ଚ କଲେ ଦୁଇଟି ନୂତନ ଖାଦ୍ୟ ଯୋଜନା । ସେହି ଦୁଇଟି ଯୋଜନା ହେଲା ୱାଇ.ଏସ୍ ଆର ସମ୍ପୂର୍ଣ୍ଣ ପୋଷଣ ଏବଂ ୱାଇ.ଏସ୍ ଆର ସମ୍ପୂର୍ଣ୍ଣ ପୋଷଣ ପ୍ଲସ । ହଜାର ହଜାର ଗର୍ଭବତୀ ଏବଂ ନର୍ସିଂ ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି ଯେଜନା କରିଥିବା ସୋମବାର ଜଣେ ଅଧିକାରୀ କହିଛନ୍ତି। ୱାଇ.ଏସ୍ ଆର ସମ୍ପୂର୍ଣ୍ଣ ପୋଷଣ ଯୋଜନା ଅଧିନରେ 30 ଲକ୍ଷ ମହିଳା ଏବଂ ଶିଶୁଙ୍କ ପାଇଁ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଉପଲବ୍ଧ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟର 55,607 ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇଥିବା 30 ଲକ୍ଷରୁ ଅଧିକ ମହିଳା ଏବଂ ଶିଶୁ ମାସିକ ଖାଦ୍ୟ ଯୋଗାଣରେ ଉପକୃତ ହେବେ। ୱାଇ.ଏସ୍ ଆର ସମ୍ପୂର୍ଣ୍ଣ ପୋଷଣ ପ୍ଲସ ଯୋଜନାର ଏକ ଅଂଶ ଭାବରେ, ଆଠଟି ଇଣ୍ଟିଗ୍ରେଟେଡ୍ ଆଦିବାସୀ ବିକାଶ ଏଜେନ୍ସି (ଆଇଟିଡିଏ) କେନ୍ଦ୍ର ଏବଂ 52 ଇଣ୍ଟିଗ୍ରେଟେଡ୍ ଶିଶୁ ବିକାଶ ସେବା (ଆଇସିଡିଏସ୍) କେନ୍ଦ୍ର, 8,320 ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ 77 ଟି ଆଦିବାସୀ ମଣ୍ଡପରେ ପୁଷ୍ଟିକର ଖାଦ୍ୟ ବଣ୍ଟନ କରିବେ । ଯେଉଁଥିରେ 3.8 ଲକ୍ଷ ହିତାଧିକାରୀ ଉପକୃତ ହେଇପାରିବେ ।

ସେ କହିଛନ୍ତି ଯେ ଅଙ୍ଗନୱାଡି କେନ୍ଦ୍ରରେ ୱାଇ.ଏସ୍ ଆର ସମ୍ପୂର୍ଣ୍ଣ ପୋଷଣ ପ୍ଲସ ଯୋଜନା କାର୍ଯ୍ୟକାରୀ ହେବ ଏବଂ ରକ୍ତହୀନତାରେ ପୀଡିତ ଗର୍ଭବତୀ ମହିଳାଙ୍କ ସମେତ ନବଜାତ ଶିଶୁମାନଙ୍କୁ ଅନୁପୁରକ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ। ମାସକୁ 25 ଦିନ ପାଇଁ 66,000 ଗର୍ଭବତୀ ଏବଂ ପ୍ରସବକାଳୀନ ମହିଳାଙ୍କୁ ଗରମ କ୍ଷୀର, ଚାଉଳ, ଡାଲି, ପନିପରିବା ଏବଂ ଅଣ୍ଡା ବଣ୍ଟନ କରାଯିବ । "ଏଥିପାଇଁ ସରକାର ମାସକୁ ହିତାଧିକାରୀଙ୍କ ପାଇଁ 1100 ଟଙ୍କା ସହିତ 66,000 ଲୋକଙ୍କ ଉପରେ ମୋଟ 87.12 କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି 36 ରୁ 72 ମାସ ପର୍ଯ୍ୟନ୍ତ ପ୍ରାୟ 1.64 ଲକ୍ଷ ପିଲାଙ୍କୁ ଚାଉଳ, ଡାଲି, ପନିପରିବା, ସେଲରି, 200 ମିଲି କ୍ଷୀର, ଅଣ୍ଡା 25 ଦିନ ପାଇଁ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି। ଏହି ସମୟରେ, ୱାଇ.ଏସ୍ ଆର ସମ୍ପୂର୍ଣ୍ଣ ପୋଷଣ ଯୋଜନା ଅଧିନରେ ସାରା ରାଜ୍ୟରେ 47,287 ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ବଣ୍ଟନ କରିବାକୁ ସ୍ଥିର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.