ETV Bharat / bharat

ଜନ୍ମ ନେଲେ ରତନ ଟାଟା - andhra

କ୍ରୀଷ୍ଣା ଜିଲ୍ଲାର ମାଲିଭରମ ସହରରେ ଗତକାଲି ଏକ ନବଜାତ ଶିଶୁ ଜନ୍ମ ଗ୍ରହଣ କରିଛି । ଏହି ଶିଶୁଟିର ନାମ ରଖାଯାଇଛି ରତନ ଟାଟା । କାରଣ ଏହି ନବଜାତ ଶିଶୁଟି ଯେଉଁ ମେଡିକାଲରେ ଜନ୍ମଗ୍ରହଣ କରିଛି ତାହା ଟାଟା ଟ୍ରଷ୍ଟ ଦ୍ବାରା ଲୋକମାନଙ୍କ ସେବାରେ ପରିଚାଳିତ କରାଯାଉଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Mar 10, 2019, 3:33 PM IST

ହାଇଦ୍ରାବାଦ: ଜନ୍ମ ନେଇଛନ୍ତି କୁନି ରତନ ଟାଟା । ଏ କଥା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ପଛରେ ଲୁଚି ରହିଛି ଏକ କାରଣ । ତେବେ କ୍ରୀଷ୍ଣା ଜିଲ୍ଲାର ମାଲିଭରମ ସହରରେ ଗତକାଲି ଏକ ନବଜାତ ଶିଶୁ ଜନ୍ମ ଗ୍ରହଣ କରିଛି । ଏହି ଶିଶୁଟିର ନାମ ରଖାଯାଇଛି ରତନ ଟାଟା । କାରଣ ଏହି ନବଜାତ ଶିଶୁଟି ଯେଉଁ ମେଡିକାଲରେ ଜନ୍ମଗ୍ରହଣ କରିଛି ତାହା ଟାଟା ଟ୍ରଷ୍ଟ ଦ୍ବାରା ଲୋକମାନଙ୍କ ସେବାରେ ପରିଚାଳିତ କରାଯାଉଛି ।

ସୂଚନା ଅନୁସାରେ, ଟାଟା ଟ୍ରଷ୍ଟ ଆନ୍ଧ୍ରପ୍ରଦେଶ ବିଜୟୱାଡାର 265ଟି ଗାଁରେ 'ସ୍ବାସ୍ଥ୍ୟ ପ୍ରବିର' ସ୍କିମ ମାଧ୍ୟମରେ ମେଡିକାଲ ସେବା ପ୍ରଦାନ କରୁଛି । ତେବେ ବିଜୟାୱାଡାରୁ ସଂସଦର ସଦସ୍ୟା ଥିବା କେଶିନୀ ଶ୍ରୀନିବାସଙ୍କ ଅନୁରୋଧ ଫଳରେ ଏହି ସ୍ବାସ୍ଥ୍ୟସେବା ତାଙ୍କ ନିର୍ବାଚନୀମଣ୍ଡଳୀରେ ପ୍ରଦାନ କରାଯାଉଛି ।

ଏହି ନବଜାତ ଶିଶୁଟିର ଜନନୀ ପୁଷ୍ପଲତା ସ୍ବାସ୍ଥ୍ୟ ପ୍ରବିର ସ୍କିମ ଦ୍ବାରା ମାଗଣା ଚିକିତ୍ସା ପାଇଛନ୍ତି । ତେଣୁ ଏଥିପ୍ରତି କୃତଜ୍ଞତା ଜ୍ଞାପନ କରି ସେ ପିଲାଟିର ନାମ ରତନ ଟାଟା ରଖିଥିବା ପ୍ରକାଶ କରିଛନ୍ତି । ତେବେ ପିଲାଟିର ନାମକରଣ ଉତ୍ସବର କେଶିନୀ ଶ୍ରୀନିବାସ ଯୋଗ ଦେଇ ଉଭୟ ଦମ୍ପତୀଙ୍କୁ ଶୁଭକାମନା ଜଣାଇଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.