ETV Bharat / bharat

ଦିଲ୍ଲୀ ଅନାଜ ମଣ୍ଡି ଅଗ୍ନିକାଣ୍ଡ, ମନେପଡିଲା 22 ବର୍ଷ ପୂର୍ବର ଘଟଣା...

author img

By

Published : Dec 8, 2019, 5:00 PM IST

Updated : Dec 8, 2019, 5:05 PM IST

ଦିଲ୍ଲୀ ରାଣୀ ଝାନସୀ ରୋଡ ସ୍ଥିତ ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ 43 ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ ଓ ଏନସିଆରରେ ଦୀର୍ଘ 22 ବର୍ଷ ପରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।

anaj mandi fire incident
ଦିଲ୍ଲୀ ଅନାଜ ମଣ୍ଡି ଅଗ୍ନୀକାଣ୍ଡ, ମନେପକାଇଲା 22 ବର୍ଷ ତଳର ଘଟଣା...

ନୂଆଦିଲ୍ଲୀ: ଦିଲ୍ଲୀ ରାଣୀ ଝାନସୀ ରୋଡ ସ୍ଥିତ ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ 43 ଜଣଙ୍କ ମୃତ୍ୟୁ ଘଟିଛି । 59 ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦେଶର ରାଜଧାନୀରେ ଏପରି ହୃଦୟବିଦାରକ ଘଟଣା ପରେ ଏଭଳି ବି ମୃତ୍ୟୁ ଆସେ ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି । ତେବେ ଦିଲ୍ଲୀ ଓ ଏନସିଆରରେ ଦୀର୍ଘ 22 ବର୍ଷ ପରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।

22 ବର୍ଷ ପୂର୍ବେ 1997 ମସିହା ଜୁନ 13 ତାରିଖ ଶୁକ୍ରବାର ଦିନ ଦିଲ୍ଲୀ ଗ୍ରୀନପାର୍କ ଅଞ୍ଚଳର ଉଫାର ସିନେମା ହଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାବେଳେ ଏଥିରେ 59 ଜଣଙ୍କ ମୃତ୍ୟୁ ହୋଇଥିଲା । 100 ରୁ ଅଧିକ ଲୋକ ଆହତ ହୋଇଥିଲେ । ଅଗ୍ନିକାଣ୍ଡ ସମୟରେ ହଲରେ ଲୋକେ ଚଳଚ୍ଚିତ୍ର ଦେଖୁଥିଲେ । ହଲରେ ଅଗ୍ନିକାଣ୍ଡ ଲାଗିଥିବା ଜାଣିବା ପରେ ଲୋକେ ଚାରିଆଡେ ଦୌଡିବାକୁ ଲାଗିଲେ । ହେଲେ ପ୍ରସ୍ଥାନର ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଅସମୟରେ 59 ଜଣଙ୍କ ଜୀବନ ଯାଇଥିଲା । ଏହାପରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଥିଲେ ବି ଏପରି ହୋଇନାହିଁ ।

ତେବେ ଆସନ୍ତୁ ଜାଣିବା ଉଫାର ଅଗ୍ନିକାଣ୍ଡରୁ ଅନାଜ ମଣ୍ଡି ଅଗ୍ନିକାଣ୍ଡ ମଧ୍ୟରେ ଦିଲ୍ଲୀ-ଏନସିଆରରେ ଘଟିଥିବା କିଛି ଅଗ୍ନିକାଣ୍ଡ ବିଷୟରେ ।

1997 ମସିହା ଜୁନ 13 -

ଉଫାର ଥିଏଟରରେ ବଲିଉଡ ଫିଲ୍ମ ‘ବର୍ଡର’ର ସ୍କ୍ରିନିଂ ଚାଲିଥିବାବେଳେ ସେଠାରେ ଅଗ୍ନିକାଣ୍ଡ ହୋଇଥିଲା । ଯେଉଁଥିରେ 59 ଜଣଙ୍କୁ ମୃତ୍ୟୁ ଘଟିଥିବାବେଳେ 100 ଜଣ ଆହତ ହୋଇଥିଲେ ।

2011 ମସିହା ନଭେମ୍ବର 20 -

ନନ୍ଦନଗିରି ଅଞ୍ଚଳରେ ହୋଇଥିଲା ଅଗ୍ନିକାଣ୍ଡ । ଯେଉଁଥିରେ 14 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 30 ଜଣ ଆହତ ହୋଇଥିଲେ ।

2018 ମସିହା ଜାନୁୟାରୀ 20 -

ବୱାନ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା । ଏଥିରେ 10 ଜଣ ମହିଳାଙ୍କ ସମେତ 7 ଜଣ ପୁରୁଷଙ୍କର ମୃତ୍ୟୁ ଘଟିଥିଲା ।

2018 ମସିହା ଅପ୍ରେଲ 13 -

କୋହାଟ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର 4 ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା ।

2018 ମସିହା ଅପ୍ରେଲ 23 -

ସାହାଦାରର ଏମଏସ ପାର୍କ ଅଞ୍ଚଳରେ ପାଖାପାଖି 300 ଝୁମ୍ପୁଡି ପୋଡି ପାଉଁଶ ହୋଇଯାଇଥିଲା । ଯେଉଁଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା ।

2018 ମସିହା ମେ 29 -

ମାଲବ୍ୟନଗରର ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ କେହି ମୃତାହାତ ହୋଇନଥିଲେ ।

2018 ମସିହା ନଭେମ୍ବର 19 -

କରୋଲବାଗ ଅଞ୍ଚଳର ଏକ ପ୍ୟାକ୍ଟିରେ ଅଗ୍ନିକାଣ୍ଡ ଘଟି 4 ଜଣଙ୍କ ଜୀବନ ଯିବା ସହ ଜଣେ ଆହତ ହୋଇଥିଲେ ।
2019 ଜାନୁଆରୀ 30 -

ଓଖାଲ ଫେଜ୍‌-1ର ଏକ କେମିକାଲ ଫ୍ୟାକ୍ଟ୍ରିରେ ନିଆଁଲାଗି 4 ଜଣଙ୍କ ପ୍ରାଣହାନୀ ଘଟିଥିଲା ।

2019 ଫେବୃଆରୀ 7-

ନୋଏଡା ମେଟ୍ରୋ ହସ୍ପିଟାଲ ଓ ହାର୍ଟ ଇନଷ୍ଟିଚ୍ୟୁଟରେ ନିଆଁ ଲାଗିଥିଲେ ବି ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା ।

2019 ଫେବୃଆରୀ 12-

କରୋଲବାଗ ଅଞ୍ଚଳରେ ଥିବା ଅର୍ପିତ ପ୍ୟାଲେସ ହୋଟେଲରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିଲା ଯେଉଁଥିରେ 17 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିଲେ ।

2019 ଡିସେମ୍ବର 8-

ଅନାଜ ମଣ୍ଡିରେ ଅଗ୍ନିକାଣ୍ଡ ଘଟି 43 ଜଣଙ୍କ ପ୍ରାଣ ଯାଇଛି । 50ରୁ ଅଧିକ ଆହତ ହୋଇଛନ୍ତି ।

Intro:Body:

BLANK FOR LINK 

Conclusion:
Last Updated : Dec 8, 2019, 5:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.