ବେଙ୍ଗାଲୁରୁ: ମାର୍ଚ୍ଚ 8 ତାରିଖ ମହିଳା ଦିବସ । ତା ପୂର୍ବରୁ ରେଳ ବିଭାଗ ମହିଳା ସଶକ୍ତିକରଣ ପାଇଁ ଆଉ ଏକ ପାଦ ଆଗକୁ ପକାଇଛି । ପ୍ରଥମ ଥର ପାଇଁ ଏକ୍ସପ୍ରେସ ଟ୍ରେନକୁ ମହିଳା ଲୋକୋ ପାଇଲଟଙ୍କୁ ଚଲାଇବାର ସୁଯୋଗ ଦେଇଛି ।
ମହିଳା ଦିବସ ଉପଲକ୍ଷେ ମହିଳାଙ୍କୁ ଏହି ସୁଯୋଗ ମିଳିବାକୁ ଥିବାବେଳେ ବେଙ୍ଗାଲୁରୁ-ମହୀଶୂର ରାଜାରାଣୀ ଏକ୍ସପ୍ରେସରେ ଜଣେ ମହିଳା ଲୋକ ପାଇଲଟ ଟ୍ରେନ ଚଲାଉଥିବା ଦେଖିବାକୁ ମିଳିଛି । ଏହି ଟ୍ରେନରେ ବାଲା ଶିବପାର୍ବତୀ ଲୋକୋ ପାଇଲଟ ଥିବାବେଳେ ରଙ୍ଗୋଲି ପଟେଲ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ରହିଛନ୍ତି ।
ତେବେ ଏମାନେ ମଧ୍ୟ ମହିଳା ଦିବସରେ ରାଜାରାଣୀ ଟ୍ରେନ ଚଲାଇବେ ବୋଲି ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ