ଅହମ୍ମଦାବାଦ: ଗୁଜୁରାଟର କଚ୍ଛ ସୀମାତଟ୍ଟରେ ଏକ ପାକିସ୍ତାନୀ ଡଙ୍ଗା ଜବତ ହୋଇଛି । ତେବେ ଏହା ପରେ ବିଏସଏଫ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି । ଡଙ୍ଗାଟି କଚ୍ଛ ନିକଟସ୍ଥ ସରକ୍ରୀକ କ୍ଷେତ୍ରରେ ପଡିରହିଥିବା ମିଳିଛି । ଡଙ୍ଗାଟି ପାକିସ୍ତାନୀ ମତ୍ସଜୀବୀଙ୍କ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି ।
ସୂଚନା ଯୋଗ୍ୟ, ସମୁଦ୍ରତଟ୍ଟ ଦେଇ ଆତଙ୍କବାଦୀ ଦେଶରେ ପ୍ରବେଶ କରିବାର ଯୋଜନା କରୁଥିବା କିଛି ଦିନ ପୂର୍ବରୁ ଗୁଇନ୍ଦା ବିଭାଗ ତରଫରୁ ସୂଚନା ଦିଆଯାଇଥିଲା । ଏହା ପରେ ବିଏସଏଫ ଯବାନ ଏବଂ ଭାରତୀୟ ତଟ ରକ୍ଷକ ସେନା ସମୁଦ୍ରସୀମାରେ ଆଲର୍ଟ ରହିଥିଲେ । ତେବେ ଇତି ମଧ୍ୟରେ ପାକିସ୍ତାନୀ ଡଙ୍ଗା ମିଳିବା ଘଟଣା ସୁରକ୍ଷାକର୍ମୀଙ୍କୁ ଚିନ୍ତାରେ ପକାଇଛି ।