ETV Bharat / bharat

ଆଇପିଏସ ପାସିଙ୍ଗ ଆଉଟ ପାରେଡରେ ଯୋଗ ଦେଲେ ଶାହ - ପ୍ରୋବେସନର୍ସର ପାସିଙ୍ଗ ଆଉଟ ପରେଡ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହାଇଦ୍ରାବାଦ ସ୍ଥିତ ଜାତୀୟ ପୋଲିସ ଏକାଡେମୀରେ ପହଞ୍ଚି ଆଇପିଏସ ପ୍ରୋବେସନର୍ସ ପାସିଙ୍ଗ ଆଉଟ ପାରେଡରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ଦେଶର ସର୍ବପ୍ରଥମ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଶାହ ।

ଫଟୋ ସୌଜନ୍ୟ: ANI
author img

By

Published : Aug 24, 2019, 1:06 PM IST

ହାଇଦ୍ରାବାଦ: ଆଇପିଏସ ପ୍ରୋବେସନର୍ସର ପାସିଙ୍ଗ ଆଉଟ ପାରେଡରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏଥିପାଇଁ ସେ ହାଇଦ୍ରାବାଦ ସ୍ଥିତ ଜାତୀୟ ପୋଲସି ଏକାଡେମୀରେ ପହଞ୍ଚି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଭାରତୀୟ ପୋଲିସ ସେବାର ପ୍ରାଥମିକ ଟ୍ରେନିଂ ସମାପ୍ତି ଅବସରରେ ଏହି ପାରେଡର ଆୟୋଜନ ହୋଇଥିଲା । 70RR ଆଇପିଏସ ପ୍ରୋବେସନର୍ସର ପ୍ରାଥମିକ ଟ୍ରେନିଂ 18 ଡିସେମ୍ବର 2017ରେ ଆରମ୍ଭ ହୋଇଥିଲା । ଏହି ବ୍ୟାଚ୍‌ରେ 12 ଜଣ ମହିଳା ଆଇପିଏସ ପ୍ରୋବେସନର୍ସଙ୍କ ସମେତ 92 ଜଣ ଆଇପିଏସ ସାମିଲ ଅଛନ୍ତି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏହି ଅବସରରେ ଶାହ ଦେଶର ସର୍ବପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଜାତୀୟ ପୋଲିସ ଏକାଡେମୀ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏନେଇ ସେ କହିଛନ୍ତି ଯେ, ସର୍ଦ୍ଦାର ପଟେଲ 563 ଗଡଜାତ ରାଜ୍ୟକୁ ଦେଶ ସହ ଯୋଡିଥିବା ବେଳେ ଜାମ୍ମୁ ଓ କାଶ୍ମୀର ରହିଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ 370 ଧାରାର ଉଚ୍ଛେଦ ହେବା ସହ ଜାମ୍ମୁ ଓ କାଶ୍ମୀର ପୂର୍ଣ୍ଣ ରୂପେ ଭାରତ ଶହ ମିଶିଯାଇଛି ବୋଲି ଗୃହମନ୍ତ୍ରୀ ଶାହା ନିଜ ଅଭିଭାଷଣରେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.