ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ନିତି ଆୟୋଗର ସିଇଓଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ନିତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅମିତାଭ କାନ୍ତଙ୍କ କାର୍ଯ୍ୟକାଳକୁ 2 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବର୍ତ୍ତମାନ ସେ ଆସନ୍ତା 2 ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ ଦାୟିତ୍ବ ସମ୍ଭାଳିବେ ।
ପୁରୁଣା ନିୟମ ଏବଂ ସର୍ତ୍ତ ଆଧାରରେ କ୍ୟାବିନେଟ୍ର ନିଯୁକ୍ତି ସମିତି ଅମିତାଭଙ୍କ କାର୍ଯ୍ୟକାଳକୁ ବିସ୍ତାର କରିବାର ମଞ୍ଜୁରୀ ଦେଇଥିବା କର୍ମଚାରୀ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅମିତାଭ 30 ଜୁନ 2019ରେ ଅବସର ନେଇଥାନ୍ତେ । କିନ୍ତୁ ବର୍ତ୍ତମାନ ସେ 2021 ଜୁନ 30 ପର୍ଯ୍ୟନ୍ତ ନିଜ ପଦବୀରେ ରହି ସେବା କରିବେ ।