ETV Bharat / bharat

ନଭେମ୍ବର 19ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ

author img

By

Published : Dec 16, 2020, 10:52 PM IST

ନଭେମ୍ବର 19ରେ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ଶାହ ମେଦିନାପୁର ଓ 20ରେ ବୋଲପୁର ଗସ୍ତ କରିବେ । ଅଧିକ ପଢନ୍ତୁ...

ନଭେମ୍ବର 19ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ
ନଭେମ୍ବର 19ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିବସୀୟ ଗସ୍ତକୁ ନେଇ ଅଚାନକ ସରଗରମ ହୋଇପଡିଛି ପଶ୍ଚିମବଙ୍ଗର ରାଜନୈତିକ ମାହୋଲ । ନଭେମ୍ବର 19ରେ ଗୃହମନ୍ତ୍ରୀ ଶାହ ମେଦିନାପୁର ଓ 20ରେ ବୋଲପୁର ଗସ୍ତ କରିବେ ।

ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ସମୟରେ ଶାହ ଚାଷୀ ପରିବାରଙ୍କ ସହ ଭୋଜନ କରିବେ । ଏହାସହ ସେ ରାମକୃଷ୍ଣ ମିଶନ ଓ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ବାରା ସ୍ଥାପିତ ବିଶ୍ବବିଦ୍ୟାଳୟ ବିଶ୍ବଭାରତୀର ମଧ୍ୟ ପରିଦର୍ଶନ କରିବେ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ମେଦିନାପୁର ରାଲି ସମୟରେ ଅମିତ ଶାହଙ୍କ ଉପସ୍ଥିତିରେ ଟିଏମସିରୁ ଇସ୍ତଫା ଦେଇଥିବା ଶୁଭେନ୍ଦୁ ଅଧିକାରୀ ମଧ୍ୟ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଏହା ଟିଏମସି ପାଇଁ ବଡ ଝଟକା କୁହାଯାଇପାରେ ।

ଗୃହମନ୍ତ୍ରୀଙ୍କ ଗସ୍ତ ଏହି ଦୃଷ୍ଟିରୁ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି, କାରଣ ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ତାଙ୍କ ଗାଡି ଉପରେ ଆକ୍ରମଣ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.