ETV Bharat / bharat

ଅହମ୍ମଦାବାଦ ଗସ୍ତରେ ଶାହ

ଗୁଜୁରାଟ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ । ବିଭିନ୍ନ ପ୍ରକଳ୍ପର ଉଦଘାଟନ ପାଇଁ ଶାହା ଅହମ୍ମଦାବାଦ ଆସୁଛନ୍ତି । ଦିନ 3 ଟା ସୁଦ୍ଧା ସେ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବେ ।

author img

By

Published : Jul 3, 2019, 2:24 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଗୁଜୁରାଟ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ । ବିଭିନ୍ନ ପ୍ରକଳ୍ପର ଉଦଘାଟନ ପାଇଁ ଅମିତ ଶାହା ବୁଧବାର ଅହମ୍ମଦାବାଦ ଗସ୍ତ କରିଛନ୍ତି । ଦିନ 3 ଟା ସୁଦ୍ଧା ସେ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବେ ।

ଖବର ଅନୁଯାୟୀ, ଶାହ ପ୍ରଥମେ ଆଶ୍ରମ ରୋଡରେ ଥିବା ଇନକମ ଟ୍ୟାକ୍ସର ନବନିର୍ମିତ ଫ୍ଲାଏଓଭରର ଉଦଘାଟନ କରିବେ ବୋଲି ବିଜେପି ପାର୍ଟି ଅଫିସ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ 5.15 ସୁଦ୍ଧା ଡିକେ ପଟେଲ ହଲ ଉଦଘାଟନର କାର୍ଯ୍ୟକ୍ରମ ରହିଛି । ପରେ ପରେ ଗୁଜୁରାଟରେ ଆୟୋଜିତ ଏସ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେବେ ।

ଏହାସହ ସନ୍ଧ୍ୟାରେ ଶାହ ଗାନ୍ଧୀନଗର ନିର୍ବାଚନୀ ମଣ୍ଡଳୀର ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ସହ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଜୁଲାଇ 4 ତାରିଖରେ ଶାହ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରର ମଙ୍ଗଳ ଆରତୀରେ ଭାଗ ନେବେ । ତେବେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଜୟଯୁକ୍ତ ପରେ ଗୃହମନ୍ତ୍ରୀ ଭାବେ ଶାହ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି ଗସ୍ତ କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.