ETV Bharat / bharat

ମୋଦିଙ୍କ 'ବାଦଶାହା' ହେବା ପଛରେ 'ଅମିତ ଶାହା'

ମୋଦିଙ୍କୁ ଦିଲ୍ଲୀର 'ଶେହନଶାହ' କରିବାର କାହାଣୀ ଲେଖିଛନ୍ତି ଅମିତ ଶାହ । ମୋଦି-ଶାହଙ୍କ ଯୁଗଳବନ୍ଦୀ, ଶାହଙ୍କ କୁଟନୀତି, ଚାତୁର୍ଯ୍ୟ ଫଳରେ ଏନଡିଏ ଅଭୁତପୂର୍ବ ସଫଳତା ହାତେଇଛି । ବିଜେପିର 300 ପାର୍‌ ଅଭିଯାନ କେବଳ ଅମିତ୍‌ ଶାହାଙ୍କ ଅହରହ ପରିଶ୍ରମର ପରିଣାମ ବୋଲି କୁହାଯାଉଛି ।

author img

By

Published : May 26, 2019, 4:57 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବିଜେପି ବିଜୟର ମୁଖ୍ୟସୂତ୍ରଧର ହେଉଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସେ ଦଳ ପାଇଁ ତ୍ରାଣକର୍ତ୍ତା, ମଙ୍ଗୁଆଳ, ସୂତ୍ରକାର, ଶିଳ୍ପୀ, ଚାଣକ୍ୟ ଯାହା କହିଲେ ବି ଅତ୍ୟୁକ୍ତି ହେବ ନାହିଁ । ଗେରୁଆ ଗଡକୁ ଅଭେଦ୍ୟ, ଦୁର୍ଭେଦ୍ୟ କରିବାରେ ସେ ପ୍ରମୁଖ ସେନାପତି । ଦେଶରେ ନିରଙ୍କୁଶ ଶାସନ ଭାର ଯାଇଛି ବିଜେପି ହାତକୁ । ଏହା କେବଳ ସମ୍ଭବ ହୋଇ ପାରିଛି ଶାହଙ୍କ ରଣନୀତି ଓ ମାଷ୍ଟର ପ୍ଲାନ ବଳରେ । ମୋଦିଙ୍କୁ ଦିଲ୍ଲୀର 'ଶେହନଶାହ' କରିବାର କାହାଣୀ ଲେଖିଛନ୍ତି ଅମିତ ଶାହ ।

ଲୋକସଭା ନିର୍ବାଚନ ପୂର୍ବରୁ ନିଜ ସଠିକ ରଣନୀତି ଆଧାରରେ ଅମିତ୍‌ ଶାହା ଅବ୍‌ କି ବାର 300 ପାର ନାରା ଦେଇଥିଲେ । ଯାହା ନିର୍ବାଚନ ଫଳାଫଳ ଆସିବା ପରେ ସତ ସାବ୍ୟସ୍ତ ହୋଇଛି । ମୋଦି-ଶାହଙ୍କ ଯୁଗଳବନ୍ଦୀ, ଶାହଙ୍କ କୁଟନୀତି ଚାତୁର୍ଯ୍ୟ ଫଳରେ ଏନଡିଏ୍‌ ଅଭୁତପୂର୍ବ ସଫଳତା ହାତେଇଛି । ମାତ୍ର ବିଜେପିର 300 ପାର୍‌ ଅଭିଯାନ କେବଳ ଅମିତ୍‌ ଶାହାଙ୍କ ଅହରହ ପରିଶ୍ରମର ପରିଣାମ ବୋଲି କୁହାଯାଉଛି ।

ଅର୍ଜୁନଙ୍କ ଭଳି ଲକ୍ଷ୍ୟ ସାଧନ

ଅମିତ୍‌ ଶାହଙ୍କୁ ବିଜେପିର ଅର୍ଜୁନ କୁହାଯାଉଛି । ମହାଭାରତର ଅର୍ଜୁନଙ୍କ ପରି ଅମିତ ଶାହଙ୍କ ଲକ୍ଷ୍ୟ ଓ ପ୍ରହାର କେବେ ଲକ୍ଷ୍ୟଚ୍ୟୁତ ହୋଇନଥାଏ । ଅସଫଳତାରେ ନିରାଶ ନହୋଇ ସଫଳତା ମିଳିବା ଯାଏଁ କଠିନ ପରିଶ୍ରମ କଳା ଅମିତ ଶାହଙ୍କ ନିକଟରେ ଭରପୁର ରହିଛି । ଯାହାର ଫାଇଦା ବିଜେପିକୁ ମିଳିଛି ।

ଚମତ୍କାର କୂଟନୀତି କୌଶଳ

ଚାଣକ୍ୟଙ୍କୁ ନିଜ ଆଦର୍ଶ ମାନୁଥିବା ଅମିତ ଶାହାଙ୍କୁ ବିଜେପିର ଚାଣକ୍ୟ କୁହାଯାଏ । ସୁଯୋଗର ସଦୁପଯୋଗ ଓ ମୌକାରେ ଚୌକା ମାରିବାରେ ସିଦ୍ଧହସ୍ତ ଅମିତ୍‌ ଶାହା । ଦେଶରେ ବିରୋଧୀ ବିଜେପିକୁ ବିକାଶ ପ୍ରଶ୍ନ ପଚାରୁଥିବା ବେଳେ ଅମିତ ଶାହାଙ୍କ ରଣନୀତି ବିକାଶର ମୁଦ୍ଦାକୁ ପରିବର୍ତ୍ତନ କରି ରାଷ୍ଟ୍ରବାଦ ମୁଦ୍ଦାରେ ପରିଣତ କରି ଭୋଟରଙ୍କୁ ଟାଣିବାରେ ସକ୍ଷମ ହୋଇଥିଲା ।

ବଦ୍‌ରାଗୀ ନେତାଙ୍କ ଉପରେ ନିୟନ୍ତ୍ରଣ

ଜଣେ ସଫଳ ନିରୀକ୍ଷକ ବା ଯାଞ୍ଚକାରୀ ହେଉଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । କେଉଁ ନେତାଙ୍କ ଠାରୁ କିଭଳି କାମ ଆଦାୟ କରାଯାଏ ସେ କଳାକୁ କରାୟତ କରିଛନ୍ତି ସେ । ଏହାସହ ଦଳରେ ଥିବା ବିଭିନ୍ନ ବଦରାଗୀ ନେତାଙ୍କ ଉପରେ ନିୟନ୍ତ୍ରଣ କୌଶଳ ଅମିତ ଶାହଙ୍କୁ ବେଶ୍‌ ଭଲଭାବରେ ଜଣା ।

ଧୁରନ୍ଧର ସଂଗଠକ

ବିଜେପି ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ଉପାୟ ଅମିତ ଶାହା ସମସ୍ତ କର୍ମୀଙ୍କୁ ବାଣ୍ଟିଛନ୍ତି । ପଲ୍ଲୀଠାରୁ ଆରମ୍ଭ କରି ଦିଲ୍ଲୀ ଯାଏ ସବୁଠି ଜଣେ ସୁଦକ୍ଷ ସଂଗଠକ ଭାବରେ ଅମିତ୍‌ ଶାହାଙ୍କ ଜଲୱା ଦେଖିବାକୁ ମିଳିଛି ଚଳିତ ନିର୍ବାଚନରେ । ଅନେକ ସ୍ଥାନରେ ଯେଉଁଠି ବିଜେପି 2014 ନିର୍ବାଚନରେ ଏକ ପ୍ରକାର ମାଟି କାମୁଡି ଥିଲେ ସେ ସବୁ ରାଜ୍ୟ ଓ ଅଞ୍ଚଳରେ ବିଜେପି 2019 ନିର୍ବାଚନରେ ସଫଳତାର ଶୀର୍ଷରେ ପହଞ୍ଚିଛି ।

ସଫଳତା ପାଇଁ ଜିଜ୍ଞାସା

ଅମିତ ଶାହା ଯେଉଁଠି ବିରୋଧୀଙ୍କ ଗଡ ସେଠାରେ ମଧ୍ୟ ସଂଗଠନକୁ ସୁଦୃଢ କରି ବିଜେପି ପାଇଁ ସଫଳତା ଆଣି ଦେଇଛନ୍ତି । 2018 ନିର୍ବାଚନରେ ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ହାରି ଯାଇଥିଲେ ମଧ୍ୟ ତାଙ୍କ ମନରେ ସଫଳତାର ଭୋକ ରହିଥିଲା । ଏହାସହ ଜଣେ ପ୍ରଭାବଶାଳୀ ଡାଇଲଗ୍‌ କହୁଥିବା ନେତା ଭାବରେ ମଧ୍ୟ ଅମିତ ଶାହାଙ୍କ ସମକକ୍ଷ ବିରୋଧୀଙ୍କ ପାଖରେ ନାହାଁନ୍ତି । ଅମିତ ଶାହାଙ୍କ ରଣକୌଶଳକୁ ପାଥେୟ କରି ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ସେଥିପାଇଁ ତ ନିର୍ବାଚନ ଜିତିବା ପରେ ଜାମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ନେତ୍ରୀ ମେହବୁବା ମୁଫତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଦେବାସହ କଂଗ୍ରେସକୁ ଅମିତ ଶାହା ଦରକାର ବୋଲି କହିଥିଲେ ।

Intro:Body:

dfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.