ନୂଆଦିଲ୍ଲୀ: ଦିଲ୍ଲାରେ ହୁ ହୁ ହୋଇ ମାଡିଚାଲିଛି କୋରୋନା । ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ନୂଆ ମାମଲା ସାମ୍ନାକୁ ଆସୁଛି । ଏପଟେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ ଗୃହମନ୍ତ୍ରୀ ଅମିତ ଶାହ । ଏହି ବୈଠକ ରବିବାର ଦିନ 11ଟା ସମୟରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ଏମ୍ସ ଅଧ୍ୟକ୍ଷ ରଣଦୀପ ଗୁଲେରିଆ, ଉପରାଜ୍ୟପାଳ ଅନିଲ ବୈଜଲଙ୍କ ସମେତ ଗୃହମନ୍ତ୍ରାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେବେ ବୋଲି ଜଣାପଡିଛି ।
ତେବେ ଏହାପୂର୍ବରୁ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହ କେଜ୍ରିୱାଲଙ୍କ ସହ ଆଲୋଚନା କରିଥିଲେ । ଉଭୟ ଦିଲ୍ଲୀରେ ବଢୁଥିବା କୋରୋନା ସଂକ୍ରମଣ ସମ୍ପର୍କରେ ଆଲୋଚନା କରିଥିଲେ ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 36,324 ଥିବା ବେଳେ 22,212ଟି ସକ୍ରିୟ ମାମଲା ରହିଛି । ସେହିପରି 13,393 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 1214 ଜଣ ପ୍ରାଣ ହରାଇଛନ୍ତି ।