ETV Bharat / bharat

କୋଲକାତାରେ ଅମିତ୍ ଶାହା, ବିରୋଧି ଦେଲେ ‘ଗୋ ବ୍ୟାକ୍’ ନାରା - ଅମିତଙ୍କୁ ‘ଗୋ ବ୍ୟାକ୍’ ନାରା

ଏନଏସଜିରେ ସ୍ବତନ୍ତ୍ର କମ୍ପୋଜିଟ୍ ଗ୍ରୁପ କମ୍ପ୍ଲେକ୍ସର ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଅମିତ୍ ଶାହାଙ୍କ ଗସ୍ତକୁ ବିରୋଧ କରିଛନ୍ତି ବିରୋଧି ଦଳ । ସିଏଏ ବିରୋଧ ନାରା ଦେବା ସହ ‘ଗୋ ବ୍ୟାକ୍’ର ନାରା ଦେଇଛନ୍ତି । ଅଧିକ ପଢନ୍ତୁ...

Amit Shah arrives in Kolkata
କୋଲକାତାରେ ଅମିତ୍ ଶାହା
author img

By

Published : Mar 1, 2020, 1:54 PM IST

କୋଲକାତା: ପଶ୍ଚିମବଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ରବିବାର ପହଞ୍ଚି ଏନଏସଜିରେ ସ୍ବତନ୍ତ୍ର କମ୍ପୋଜିଟ୍ ଗ୍ରୁପ କମ୍ପ୍ଲେକ୍ସର ଉଦଘାଟନ କରିଛନ୍ତି । ଅମିତ୍ ଶାହାଙ୍କ ଗସ୍ତକୁ ବିରୋଧ କରିଛନ୍ତି ବିରୋଧି ଦଳ । ସିଏଏ ବିରୋଧ ନାରା ଦେବା ସହ ‘ଗୋ ବ୍ୟାକ୍’ର ନାରା ଦେଇଛନ୍ତି । ଏୟାରପୋର୍ଟରେ ପଶ୍ଚିମବଙ୍ଗର ବିଜେପି ମୁଖ୍ୟ ତଥା ରାଜ୍ୟ ଦଳ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ତାଙ୍କ ସ୍ବାଗତ କରିଥିଲେ ଓ ସେଠାରେ ହିଁ ‘ଗୋ ବ୍ୟାକ୍’ର ନାରା ଲାଗିଥିଲା ।

କୋଲକାତାରେ ଅମିତ୍ ଶାହା

ବାମପନ୍ଥୀ ଓ କଂଗ୍ରେସ ପକ୍ଷରୁ ଶହ ଶହ ଆନ୍ଦୋଳନକାରୀ କଳା ପତାକା ଧରି ପ୍ରତିବାଦ କରିବା ସହ ସିଏଏ ବିରୋଧି ପୋଷ୍ଟର ଧରିଥିଲେ । ଏୟାରପୋର୍ଟର ଗେଟ୍ ନମ୍ବର 1ରେ ପ୍ରତିବାଦ ଜଣାଇଥିଲେ । ପ୍ରକାଶଥାଉକି, ଏନଏସଜିରେ ଉଦଘାଟନ କରିବା ପରେ ଶହୀଦ ମିନାର ଗ୍ରାଉଣ୍ଡରେ ଏକ ରାଲିକୁ ସମ୍ବୋଧିତ କରିବେ । ସେଠାରେ ଶାହାଙ୍କୁ ସମ୍ବୋଧିତ କରାଯିବ । ଅନ୍ୟପକ୍ଷେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିବେ ।

ଏହା ବ୍ୟତୀତ ଦକ୍ଷିଣ କୋଲକାତାର କାଲିଘାଟ ମନ୍ଦିର ପରିଦର୍ଶନ କରିବେ ଗୃହମନ୍ତ୍ରୀ । ଅନ୍ୟପକ୍ଷେ ବାମପନ୍ଥୀ ଦଳ ନେତା ସୁଜନ୍ ଚକ୍ରବର୍ତ୍ତୀ ସିଏଏ ବିରୋଧରେ ପଦଯାତ୍ରା କରିଛନ୍ତି । ପାକ୍ ସର୍କସ କ୍ବେଷ୍ଟ ମଲ୍ ସମ୍ମୁଖରେ ଏସଏଫଆଇ ନେତାମାନେ ମଧ୍ୟ ବିରୋଧ ପ୍ରଦର୍ଶନ କରିଛନ୍ତି ।

PTI ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.