ETV Bharat / bharat

ମାଡୁଛି କୋରୋନା, ଆସନ୍ତା 21ରୁ ଘାଟିରେ ଖୋଲିବ ସ୍କୁଲ - କୋରୋନା ସଂକ୍ରମଣ

କୋରୋନା ସଂକ୍ରମଣ ମଧ୍ୟରେ ସେପ୍ଟେମ୍ବର 21ରୁ ଜାମ୍ମୁ ଓ କାଶ୍ମୀରରେ ସ୍କୁଲ ଖୋଲିବା ନେଇ ବିଚାର କରୁଛି ଜାମ୍ମୁ ଓ କାଶ୍ମୀରର ଶିକ୍ଷା ବିଭାଗ । ଅଧିକ ପଢନ୍ତୁ...

କୋରୋନା ସଂକ୍ରମଣ ମଧ୍ୟରେ 21 ସେପ୍ଟେମ୍ବରୁ ଖୋଲିବ ସ୍କୁଲ

author img

By

Published : Sep 14, 2020, 10:45 PM IST

ଶ୍ରୀନଗର: ଦେଶରେ ଜାରି ରହିଛି ମହାମାରୀ କୋରୋନା ପ୍ରକୋପ । କୋରୋନା ସଂକ୍ରମଣ ମଧ୍ୟରେ ସେପ୍ଟେମ୍ବର 21ରୁ ଜାମ୍ମୁ ଓ କାଶ୍ମୀରରେ ସ୍କୁଲ ଖୋଲିବା ନେଇ ବିଚାର କରୁଛି ଶିକ୍ଷା ବିଭାଗ । ସ୍ବେଚ୍ଛାକୃତ ଭିତ୍ତିରେ ବିଦ୍ୟାଳୟରେ କାର୍ଯ୍ୟକଳାପକୁ ଆଂଶିକ ପୁନରାରମ୍ଭ କରିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ପରେ ଏହି ପଦକ୍ଷେପ ନିଆଯାଇଛି ।

ବିଦ୍ୟାଳୟ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଇଟିଭି ଭରତକୁ ସୂଚନା ଦେଇ କହିଛନ୍ତି, ଘାଟିରେ 50 ପ୍ରତିଶତ କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟଗୁଡ଼ିକ ଖୋଲାଯିବ | ଛାତ୍ରଛାତ୍ରୀମାନେ ସେମାନଙ୍କ ପିତାମାତାଙ୍କଠାରୁ ଲିଖିତ ସମ୍ମତି ଦାଖଲ କରିବା ପରେ ହିଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି ।

ଏହିପରି ଭିତ୍ତିଭୂମି ପୂନନିର୍ମାଣ ଏବଂ ସଫେଇର ଆବଶ୍ୟକ ଥିବାରୁ ବିଦ୍ୟାଳୟଗୁଡ଼ିକ ଏକ ବର୍ଷରୁ ଅଧିକ ସମୟ ଧରି ବନ୍ଦ ରହିଆସିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ତ ଗାଇଡଲାଇନ ପାଳନ କରି ପ୍ରତ୍ୟେକ ବିଦ୍ୟାଳୟ ଖୋଲାଯିବ | ଶିକ୍ଷାନୁଷ୍ଠାଗୁଡିକର ମୁଖ୍ୟ ନିଜ ନିଜ କର୍ମଚାରୀଙ୍କ ତାଲିକା ସ୍ଥିର କରିବେ ବୋଲି ଅଧିକାରୀ କହିଛନ୍ତି ।

ଅଧିକାରୀ କହିଛନ୍ତି ଯେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କେବଳ 50% କର୍ମଚାରୀ ପ୍ରତିଦିନ ବିଦ୍ୟାଳୟରେ ଉପସ୍ଥିତ ରହିବେ ଏବଂ ନବମରୁ ଦ୍ବାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ 50% ଉପସ୍ଥାନ ସହିତ ସ୍ବେଚ୍ଛାକୃତ ଭାବରେ ଆସିପାରିବେ ।

କାଶ୍ମୀରର ବିଦ୍ୟାଳୟଗୁଡ଼ିକ ପ୍ରାୟ 13 ମାସ ବନ୍ଦ ରହିଆସିଛି । ପ୍ରଥମେ ଧାରା 370 ଏବଂ 35 A ରଦ୍ଦ ପରେ ପ୍ରଶାସନ ଦ୍ବାରା ପ୍ରତିବନ୍ଧକ ଏବଂ ପରେ ମାର୍ଚ୍ଚରେ ମହାମାରୀ ଯୋଗୁଁ ବିଦ୍ୟାଳୟଗୁଡିକ ବନ୍ଦ ରହିଥିଲା ।

ମହମ୍ମଦ ଜୁଲକର୍ନାଇନ୍ ଜୁଲଫିଙ୍କ ରିପୋର୍ଟ, ଇଟିଭି ଭାତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.