ETV Bharat / bharat

ଆଜି ଭାରତୀୟ ସାମରିକ ଏକାଡେମୀର ପାସିଂ ଆଉଟ ପରେଡ - ଆଇଏମଏ ପାସିଂ ଆଉଟ ପରେଡ ଟୁଡେ

ଆଜି (ଶନିବାର) ଭାରତୀୟ ସାମରିକ ଏକାଡେମୀ(ଆଇଏମଏ)ର ପାସିଂ ଆଉଟ ପରେଡ ଅନୁଷ୍ଠିତ ହେବ । ଏହି ପରେଡ ଭାରତୀୟ ସେନାର ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ସିଧାପ୍ରସାରଣ କରାଯିବ । ଅଧିକ ପଢନ୍ତୁ...

ଆଜି ଭାରତୀୟ ସାମରିକ ଏକାଡେମୀର ପାସିଂ ଆଉଟ ପରେଡ

author img

By

Published : Jun 13, 2020, 6:44 AM IST

Updated : Jun 13, 2020, 6:49 AM IST

ଡେରାଡୁନ: ଆଜି (ଶନିବାର) ଭାରତୀୟ ସାମରିକ ଏକାଡେମୀ(ଆଇଏମଏ)ର ପାସିଂ ଆଉଟ ପରେଡ ଅନୁଷ୍ଠିତ ହେବ । ଏହି ପରେଡ ଭାରତୀୟ ସେନାର ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ସିଧାପ୍ରସାରଣ କରାଯିବ । କୋରୋନା ଯୋଗୁଁ ସାର୍ବଜନୀନ କାର୍ଯ୍ୟକ୍ରମ ଗୁଡିକୁ ବନ୍ଦ କରାଯାଇଥିଲେ ମଧ୍ୟ ପାରମ୍ପରିକ ପାସିଂ ଆଉଟ ପରେଡରେ ଜୋସ୍‌, କ୍ୟାଡେଟମାନଙ୍କ ଭଦ୍ରତା, ଆନନ୍ଦ ଓ ଶୃଙ୍ଖଳା ସୁନ୍ଦର ଭାବେ ପ୍ରଦର୍ଶିତ ହେବ ବୋଲି ଆଶା କରାଯାଉଛି ।

ପାସିଂ ଆଉଟ ପରେଡ ହେଉଛି ଜଣେ କ୍ୟାଡେଟର କଠୋର ତାଲିମ ଓ ଭଦ୍ରତାର ପରିଚାୟକ । ଯାହା ଜଣେ ଯୁବ କ୍ୟାଡେଟର ନିଷ୍ଠା ଓ ଉଦ୍ଦେଶ୍ୟକୁ ପ୍ରତିଫଳିତ କରିଥାଏ । ଆଇଏମଏ ପ୍ରତି ଛଅ ମାସରେ କ୍ୟାଡେଟମାନଙ୍କ ପାଇଁ ଏକ ପାସିଂ ଆଉଟ ପରେଡ ଆୟୋଜନ କରିଥାଏ । ଭାରତୀୟ ସେନାର ବିଭିନ୍ନ ବିଭାଗ, ସେବା ତଥା ବିଭିନ୍ନ ଦେଶର ସେନାରେ ଯୋଗଦେବାକୁ ଥିବା କ୍ୟାଡେଟମାନଙ୍କ ପାଇଁ ଏହା ଅନୁଷ୍ଠିତ ହୋଇଥାଏ ।

କୋରୋନା ମହାମାରୀ ଯୋଗୁଁ ଆଇଏମଏ ଇତିହାସରେ ପ୍ରଥମଥର ପାଇଁ ଚଳିତ ପାସିଂ ଆଉଟ ପରେଡରେ କ୍ୟାଡେଟଙ୍କ ପିତାମାତାଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ଏହାସହ କ୍ୟାଡେଟ ମାନଙ୍କୁ ଖଣ୍ଡା ଓ ପଦକ ଛୁଇଁବାକୁ ମଧ୍ୟ ବାରଣ କରାଯାଇଛି । ଅନ୍ୟପକ୍ଷରେ ସିଧାପ୍ରସାରଣ କରାଯାଉଥିବାରୁ ଚଳିତଥର ଦର୍ଶକଙ୍କ ଗ୍ୟାଲେରୀ ଖାଲି ରହିବ । ପିପିଂ ସମାରୋହ ପରେ ପାସିଂ ଆଉଟ ପରେଡରେ ସାଥୀ କ୍ୟାଡେଟ ମାନଙ୍କୁ ଉତ୍ସାହିତ କରିବା ପାଇଁ ପୁସ-ଅପ କରିବାର ପ୍ରଥାରେ ମଧ୍ୟ ସାମାଜିକ ଦୂରତାକୁ ରକ୍ଷା କରାଯିବ ବୋଲି କୁହାଯାଇଛି ।

ଆଇଏମଏ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟଗୋଷ୍ଠୀ ଦେଶଗୁଡିକର 2,413 ଅଧିକାରୀଙ୍କ ସମେତ 62,139 ଜାତୀୟ ତଥା ଅନ୍ତର୍ଜାତୀୟ ଅଧିକାରୀଙ୍କୁ ତାଲିମ ପ୍ରଦାନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 13, 2020, 6:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.