କୋଲକାତା: ଦିଲ୍ଲୀରେ ଆତଙ୍କ ରଚାଇଛନ୍ତି ସିଏଏ ଆନ୍ଦୋଳନକାରୀ । ଶାନ୍ତିପ୍ରିୟ ଆନ୍ଦୋଳନର କଥା କହୁଥିବା ବିକ୍ଷୋଭକାରୀଙ୍କ ଉଗ୍ରତା ଏବେ ଶୀର୍ଷରେ ପହଁଚିଛି । ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ବର୍ତ୍ତମାନ ସୁଦ୍ଧା 10 ଜଣଙ୍କ ମୃତ୍ୟୁ ଘଟିଛି । ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ପଶ୍ଚିମବଙ୍ଗରେ ମଧ୍ୟ ପୋଲିସ ପକ୍ଷରୁ ଜାରି ହୋଇଛି ହାଇଆର୍ଲଟ ।

ପଶ୍ଚିମବଙ୍ଗର ସମସ୍ତ ପୋଲିସ ଷ୍ଟେସନକୁ ସରକାରୀ ଭାବେ ସତର୍କ ରହିବାକୁ ଅବଗତ କରାଯାଇଛି । ଯେକୌଣସି ସ୍ଥିତି କିମ୍ବା ମୂହୂର୍ତ୍ତରେ ଯେଉଁଠି ଆନ୍ଦୋଳନ କିମ୍ବା ଗଣ୍ଡଗୋଳ ଘଟେ ତାହାକୁ ଶାନ୍ତ କରିବାକୁ ନିର୍ଦେଶ ଦିଆଯାଇଥିବା କୋଲକତା ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ପ୍ରତିଟି ଅଞ୍ଚଳକୁ ନିର୍ଦ୍ଧିଷ୍ଟ ଭାବେ ପାଟ୍ରୋଲିଂ କରାଯିବା ସହ ସେହି ଅଞ୍ଚଳର ସମସ୍ତ ସମ୍ପ୍ରଦାୟର ମୁଖିଆଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି । ପୋଲିସ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି, କୌଣସି ସ୍ଥାନରେ ହିଂସା ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ଉକ୍ତ ଅଧିକାରୀ ।