ETV Bharat / bharat

ମଧ୍ୟପ୍ରଦେଶରେ 50 ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଇସ୍ତଫା

author img

By

Published : Apr 10, 2020, 1:15 PM IST

ଦେଶରେ କାୟା ବିସ୍ତାର କରୁଛି କୋରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ମଧ୍ୟପ୍ରଦେଶରେ ଇସ୍ତାଫା ଦେଲେ 50 ଚୁକ୍ତିଭିତ୍ତିକ ଡାକ୍ତର ।

ମଧ୍ୟପ୍ରଦେଶରେ 50 ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଇସ୍ତଫା
ମଧ୍ୟପ୍ରଦେଶରେ 50 ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଇସ୍ତଫା

ଭୋପାଳ: ମହାମାରୀ କୋରୋନା ଦେଶରେ ଆତଙ୍କ ଖେଳାଇଥିବା ବେଳେ ମଧ୍ୟପ୍ରଦେଶରେ ଇସ୍ତଫା ଦେଲେ 50 ଡାକ୍ତର । ସରକାରୀ ଗଜ ରାଜ ମେଡିକାଲ କଲେଜର ଜୟରୋଗ୍ୟ ହସ୍ପିଟାଲରେ ଚାକିରି ଛାଡିଲେ ଚୁକ୍ତିଭିତ୍ତିକ ଡାକ୍ତର । ଡାକ୍ତରଙ୍କ ସଂଖ୍ୟା ଅଭାବ ସମୟ ଇସ୍ତଫା ଏବେ ଚିନ୍ତା ବଢାଇଛି ।

ତିନି ମାସରୁ ଅଧିକ ଚୁକ୍ତିନାମା ନବୀକରଣ ପାଇଁ ରାଜ୍ୟ ମେଡିକାଲ ଶିକ୍ଷା ବିଭାଗ ପକ୍ଷରୁ ଏକ ନୂତନ ନିର୍ଦ୍ଦେଶନାମା ଜାରି ହୋଇଥିଲା । ରୋଲରେ ଥିବା 82 ଡାକ୍ତରଙ୍କ ମଧ୍ୟରୁ 50 ଜଣ ଏହାକୁ ପ୍ରତ୍ୟାଖ୍ୟାନ କରି ଇସ୍ତଫା ଦେଇଛନ୍ତି। ଗଜରାଜ ହସ୍ପିଟାଲର ଡାକ୍ତର ଏସଏନ ଆଇୟେଙ୍ଗାର କହିଛନ୍ତି 82 ଜଣ ଡାକ୍ତରଙ୍କୁ ଅସ୍ଥାୟୀ ରୂପେ ନିଯୁକ୍ତି ଦିଆଯାଇଥିଲା । ଏମାନେ ସମସ୍ତ ଜୟଆରୋଗ୍ୟ ହସ୍ପିଟାଲର ଇଣ୍ଟରସିପ କରିଥିଲେ । ଚୁକ୍ତିନାମା ନିଯୁକ୍ତି ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କ ଏକ ନୂତନ ନିର୍ଦ୍ଦେଶ ଜାରି କରିଥିଲେ। ସେଥିମଧ୍ୟରୁ 50 ଜଣ ଏଠାରେ କାମ କରିବେ ନାହିଁ ଜଣାଇ ଦେଇଥିଲେ ।

ଡକ୍ଟର ଆଇୟେଙ୍ଗାର କହିଛନ୍ତି ଯେ ଗୁରୁବାର ଦିନ ଆବେଦନ କରାଯାଇଥିବା ଜରୁରୀ ସେବା ରକ୍ଷଣାବେକ୍ଷଣ ଆଇନ କାର୍ଯ୍ୟକାରୀ କରିବା ଆଦେଶ ସହିତ ଏହି ଇସ୍ତଫାଗୁଡ଼ିକର କୌଣସି ସମ୍ପର୍କ ନାହିଁ।

ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଡାକ୍ତର କହିଛନ୍ତି ଯେ, ଥରେ ସେମାନେ ନୂତନ ଚୁକ୍ତିନାମା ଗ୍ରହଣ କଲେ ସେମାନେ ଏଠାରୁ ଆଉ ଛାଡି ପାରିବେ ନାହିଁ। ESMA ଏକ ନୂତନ ପ୍ରତିବନ୍ଧକ ହୋଇପାରେ । କରୋନା ଭୟ ସେମାନଙ୍କୁ ପୁନଃର୍ବିଚାର କରିବାକୁ ବାଧ୍ୟ କରିଥିଲା ​​।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.