ETV Bharat / bharat

ନାକ ପାଇଁ ଭାଙ୍ଗିଲା ବାହାଘର, କୋର୍ଟର ଦ୍ବାରସ୍ଥ ହେଲା ବର - bengaluru news

ନାକ ପାଇଁ ଭାଙ୍ଗିଲା ବାହାଘର । କୋର୍ଟର ଦ୍ବାରସ୍ଥ ହେଲା ଭାବି ବର। ଥାନାରେ ଯୁବତୀଙ୍କ ନାମରେ ମାମଲା । ଆଗକୁ ପଢନ୍ତୁ...

ନାକ ପାଇଁ ଭାଙ୍ଗିଲା ବାହାଘର
ପ୍ରତିକାତ୍ମକ ଫଟୋ
author img

By

Published : Jan 5, 2020, 4:59 PM IST

ବେଙ୍ଗାଲୁରୁ: ଆଜିକାଲି ବିଭିନ୍ନ କାରଣକୁ ନେଇ ବିବାହ ଭାଙ୍ଗୁଥିବା ଦେଖିବାକୁ ମିଳେ । ହେଲେ କେବେ ଶୁଣିଛନ୍ତି କି ଲମ୍ବା ନାକ ଯୋଗୁଁ ବାହାଘର ଭାଙ୍ଗିବା । ଆଜ୍ଞା ହଁ ଏପରି ଏକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ଜଣେ ଯୁବତୀଙ୍କ ବିବାହ ପାଇଁ ସରିଥିଲା ସମସ୍ତ ପ୍ରସ୍ତୁତି ହେଲେ ବରର ଲମ୍ବା ନାକ କରିଥିଲା ଅଡୁଆ ।

ଏହା ଦେଖିବା ପରେ ରଶ୍ମୀ ନାମକ ଯୁବତୀ ବିବାହ ପାଇଁ ସଫାସଫା ମନା କରିଦେଇଥିଲେ । କିନ୍ତୁ ଯୁବତୀଙ୍କ ଏଭଳି ବ୍ୟବହାର ବର ସାଜିଥିବା ଇଂଜିନିୟର ରମେଶଙ୍କ ମନକୁ କଷ୍ଟ ଦେଇଥିଲା । ତେଣୁ ସେ ଘଟଣାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି । କିଛି ମାସ ହେବ ଅନଲାଇନ ୱେବସାଇଟ ମାଧ୍ୟମରେ ବେଙ୍ଗାଲୁରୁର ଜୈନିକା ଯୁବତୀଙ୍କ ସହ କଥା ହୋଇଥିଲେ ରମେଶ । କିଛିଦିନ ତଳେ ଆମେରିକାରୁ ଆସି ବେଙ୍ଗାଲୁରୁରେ ପହଞ୍ଚିଥିଲେ ରଶ୍ମୀ ।

ନାକ ପାଇଁ ଭାଙ୍ଗିଲା ବାହାଘର
ପ୍ରତିକାତ୍ମକ ଫଟୋ

ଏହାପରେ ଚଳିତମାସ 30 ତାରିଖରେ ବିବାହ ତାରିଖ ମଧ୍ୟ ନିର୍ଦ୍ଧାରଣ ହୋଇଥିଲା । ବରପକ୍ଷରୁ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସହ ମଣ୍ଡପ ପାଇଁ ଆଡଭାନ୍ସ 1ଲକ୍ଷ ଟଙ୍କା ମଧ୍ୟ ଦିଆ ସରିଥିଲା । ପାଖାପାଖି 4 ଲକ୍ଷ ଟଙ୍କାର ଉପହାର ଓ ପୋଷାକ କିଣା ସରିଥିଲା । ହେଲେ ହଠାତ ରଶ୍ମୀ ପୁଣି ଆମେରିକା ଫେରିଯାଇଥିଲେ । ଆଉ ତାପରେ ରମେଶ ସହ କଥାବାର୍ତ୍ତା ଏକରକମ ବନ୍ଦ କରିଦେଇଥିଲେ ।

ରମେଶ ବିବାହ ବିଷୟରେ ପଚାରିବାରୁ ସେ ତାଙ୍କର ଲମ୍ବା ଏବଂ ବିକୃତ ନାକ କଥା କହିଥିଲେ । ରଶ୍ମୀଙ୍କ କହିବା ଅନୁସାରେ, ରମେଶଙ୍କର ଏଭଳି ନାକ ଯେ ପ୍ଲାଷ୍ଟିକ ସର୍ଜରୀ କରିବା ନିହାତି ଆବଶ୍ୟକ ବୋଲି ମଜା ଉଡାଇଥିଲେ । ଏହାକୁ ନେଇ ରମେଶ ଥାନାରେ ଅଭିଯୋଗ କରିବା ପରେ ରଶ୍ମୀଙ୍କ ନାମରେ ଆଇପିସି ଧାରା 417, 420ରେ ମାମଲା ରୁଜୁ କରାଯାଇଛି ।

Intro:Body:

Blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.