ETV Bharat / bharat

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଅହମଦାବାଦରେ ପହଞ୍ଚିଲା ‘ହରକ୍ୟୁଲସ’

ଅହମଦାବାଦ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଆଜି(ସୋମବାର) ଅହମଦାବାଦ ଏୟାରପୋର୍ଟରେ ଏକ ହରକ୍ୟୁଲସ୍ ଫ୍ଲାଇଟ୍ ଅବତରଣ କରିଛି । ଅଧିକ ପଢନ୍ତୁ...

hercules aircraft arrives at ahmedabad airport
ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Feb 17, 2020, 10:16 PM IST

ଅହମଦାବାଦ: ଅହମଦାବାଦ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଆଜି(ସୋମବାର) ଅହମଦାବାଦ ଏୟାରପୋର୍ଟରେ ଏକ ହରକ୍ୟୁଲସ ଫ୍ଲାଇଟ୍ ଲ୍ୟାଣ୍ଡ କରିଛି । ଏଥିରେ ଟ୍ରମ୍ପଙ୍କ ଲଗେଜ ଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଫେବୃଆରୀ 24ରେ ଭାରତ ଗସ୍ତରେ ଆସୁଥିବା ଟ୍ରମ୍ପ ଅହମଦାବାଦ ଯିବେ । ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ । ତେବେ ଆମେରିକା ସିକ୍ରେଟ ସର୍ଭିସର 18 ଅଧିକାରୀ ରବିବାର ମୋଟୋରା ଷ୍ଟାଡିୟମର ପରିଦର୍ଶନ କରିଥିଲେ ।

ପୂର୍ବରୁ ଆମେରିକା ପ୍ରତିନିଧିମଣ୍ଡଳର ପ୍ରଥମ ବିମାନ ଅହମଦାବାଦରେ ପହଞ୍ଚିଥିଲା । ଏଥିରେ ଆମେରିକା ସୁରକ୍ଷାବଳ ଆସି ଏୟାରପୋର୍ଟର ସୁରକ୍ଷାବ୍ୟବସ୍ଥା ଯାଞ୍ଚ କରିବା ସହ କିଛି ସୁରକ୍ଷା ପାଇଁ ଆବଶ୍ୟକ ଉପକରଣ ମଧ୍ୟ ଆଣିଥିଲେ । ଏଥିରେ ସ୍ପାଏ କ୍ୟାମେରା, ସ୍ନାଇପର, ଫାୟାର ସେଫ୍ଟି ଆଦି ରହିଥିଲା ।

ଏହାସହ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଏସପିଜି-ଏନଏସଜି କମାଣ୍ଡୋ, ଆମେରିକା ସିକ୍ରେଟ ସର୍ଭିସ ଗାର୍ଡ, ସ୍ଥାନୀୟ ପୋଲିସ ମଧ୍ୟ ଉପସ୍ଥିତ ରହିବେ । ଅହମଦାବାଦ ଡିସିପି ବିଜୟ ପଟେଲଙ୍କ ଅନୁସାରେ, 24ରେ ମୋଦି ଟ୍ରମ୍ପଙ୍କୁ ଅହମଦାବାଦ ଏୟାରପୋର୍ଟରେ ସ୍ବାଗତ କରିବେ ଓ ସେଠାରେ ଟ୍ରମ୍ପଙ୍କୁ ଗାର୍ଡ ଅଫ୍ ହନର୍ ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.