ETV Bharat / bharat

ଏଫ-16ଯୁଦ୍ଧ ବିମାନ ଆକ୍ରମଣକୁ ପାକିସ୍ତାନର ଖଣ୍ଡନ, ଯାଞ୍ଚ କରୁଛି ଆମେରିକା - Pakistan

ଭାରତୀୟ ସେନା ପକ୍ଷରୁ କୁହାଯାଉଛି ଯେ ପାକିସ୍ତାନ ବୁଧବାର ଭାରତୀୟ ବାୟୁସେନାକୁ ଟାର୍ଗେଟ କରି ଏଫ-16 ଯୁଦ୍ଧ ବିମାନ ବ୍ୟବହାର କରିଥିଲା। କିନ୍ତୁ ଏହାକୁ ଖଣ୍ଡନ କରୁଛି ପାକିସ୍ତାନ। ଏନେଇ ଆମେରିକା ଯାଞ୍ଚ କରିବା ଆରମ୍ଭ କରିଛି।

ପ୍ରତୀକାତ୍ମକ ଫଟୋ
author img

By

Published : Mar 2, 2019, 2:42 PM IST

ନୂଆଦିଲ୍ଲୀ: ଭାରତୀୟ ସେନା ଶିବିର ଉପରେ ଏଫ-16 ଯୁଦ୍ଧବିମାନ ସହାୟତାରେ ଆକ୍ରମଣ କରିଥିଲା ପାକିସ୍ତାନୀ ବାୟୁସେନା। ମାତ୍ର ଏହାକୁ ଖଣ୍ଡନ କରିଛି ପାକିସ୍ତାନ। ନିଜର ଅନ୍ୟତମ ବନ୍ଧୁ ପାକିସ୍ତାନ ସତ ନା ମିଛ କହୁଛି ସେ ନେଇ ଖୋଳତାଡ କରୁଛି ଆମେରିକା। ଭାରତୀୟ ସେନା ପକ୍ଷରୁ କୁହାଯାଉଛି ଯେ, ପାକିସ୍ତାନ ବୁଧବାର ଭାରତୀୟ ବାୟୁସେନାକୁ ଟାର୍ଗେଟ କରି ଏଫ-16 ଯୁଦ୍ଧ ବିମାନ ବ୍ୟବହାର କରିଥିଲା।

ସେନା ଶିବିର ଉପରେ କରାଯାଇଥିବା ଆକ୍ରମଣରେ ଏଫ-16 ସାମିଲ ଥିଲା ବୋଲି ଭାରତର 3 ସେନା ପକ୍ଷରୁ ପ୍ରମାଣ ଦିଆଯାଇଛି। ସୂଚନା ଥାଉକି ପାକିସ୍ତାନ ଏଫ-16 ଯୁଦ୍ଧ ବିମାନର ବ୍ୟବହାରକୁ ନେଇ ଆମେରିକା ପାକିସ୍ତାନ ସହ କିଛି ସର୍ତ୍ତ ରଖିଥିଲା। ଏହି ମାମଲାକୁ ନେଇ ପାକିସ୍ତାନ ବାରମ୍ବାର ମିଛ କହୁଛି। ଏହାର ସର୍ତ୍ତ ଥିଲା ଯେ ପାକିସ୍ତାନ ଆତଙ୍କୀ ଅଭିଯାନ ଏବଂ ନିଜର ସୁରକ୍ଷା ପାଇଁ ହିଁ ଏହି ଯୁଦ୍ଧ ବିମାନ ବ୍ୟବହାର କରିପାରିବ। ନିଜର ସାମରିକ ଗତିବିଧି ବଢାଇବା ପାଇଁ ଏହାକୁ ବ୍ୟବହାର କରିପାରିବ ନାହିଁ।

ସେପଟେ ଭାରତୀୟ ସେନା ଅଧିକାରୀଙ୍କ କହିବା କଥା ହେଲା ପାକିସ୍ତାନ ରଜୌରୀ ଠାରେ ଏଆଇଏମ 120ଲି ମିସାଇଲ ଛାଡିଥିଲା। ଯାହାକୁ ଏମରେମ ମିସାଇଲ ମଧ୍ୟ କୁହାଯାଏ। ପାକିସ୍ତାନର ଏହି ମିସାଇଲ କେବଳ ଏଫ-16 ଯୁଦ୍ଧ ବିମାନରେ ହିଁ ବ୍ୟବହାର କରାଯାଇପାରିବ। ପାକିସ୍ତାନ ସମ୍ପୂର୍ଣ୍ଣ ମିଛ କହୁଛି। ଏନେଇ ଆମେରିକାର ବୈଦେଶିକ ମନ୍ତ୍ରୀଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ ଏଥିପ୍ରତି ଯାଞ୍ଚ କରାଯାଉଛି। ରିପୋର୍ଟ ଆସିଲେ ସତ୍ୟତା ଜଣାପଡିବ।

undefined

ସୂଚନା ଥାଉକି, 2016ରେ ଆମେରିକା ସଂସଦ ଓବାମା ପ୍ରଶାସନ ଦ୍ୱାରା ପାକିସ୍ତାନକୁ 8ଟି ଏଫ-16 ଯୁଦ୍ଧ ବିମାନ ବିକ୍ରି କରିବା ଉପରେ ରୋକ ଲଗାଇବା ପାଇଁ କୁହାଯାଇଥିଲା। କାରଣ ଆମେରିକା ସଂସଦକୁ ଡର ଥିଲା ଯେ ପାକିସ୍ତାନ ଏହି ବିମାନକୁ ଭାରତ ବିରୋଧରେ ବ୍ୟବହାର କରିବ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.