ETV Bharat / bharat

ଲକଡାଉନ 4ରେ ଇ-କମର୍ସକୁ ମିଳିଛି ଅନୁମତି, ସ୍ବାଗତ କଲା ଆମାଜନ - amazon-welcomes-move-to-allow-delivery-of-non-essentials-in-lockdown-4

ଲକଡାଉନ 4 ରେ ଇ-କମର୍ସ ସଂସ୍ଥା ଗୁଡିକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ବାହାରେ ଅତ୍ୟାବଶ୍ୟକ ଓ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ସରକାର ଅନୁମତି ଦେଇଛନ୍ତି । ଯାହାକୁ ସ୍ବାଗତ କରିଛି ଆମାଜନ ।

ଲକଡାଉନ 4 ରେ ଇ-କମର୍ସକୁ ମିଳିଛି ଅନୁମତି, ସ୍ବାଗତ କଲା ଆମାଜନ

author img

By

Published : May 18, 2020, 4:02 PM IST

ନୂଆଦିଲ୍ଲୀ: ଲକଡାଉନ 4 ରେ ଇ-କମର୍ସ ସଂସ୍ଥା ଗୁଡିକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ବାହାରେ ଅତ୍ୟାବଶ୍ୟକ ଓ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ସରକାର ଅନୁମତି ଦେଇଛନ୍ତି । ଯାହାକୁ ସ୍ବାଗତ କରିଛି ଆମାଜନ । ଏହା ସତର୍କତା ତଥା ସାମାଜିକ ଦୂରତା ବଜାୟ ରଖିଥିବା ଉତ୍ପାଦଗୁଡିକର ବ୍ୟାପକ ଚୟନ କରିବାରେ ସାହାଯ୍ୟ କରିବ ବୋଲି କମ୍ପାନୀ କହିଛି ।

ଏହା ଆମ ବଜାରରେ 6 ଲକ୍ଷ ଖୁଚୁରା ବ୍ୟବସାୟୀ ଏବଂ ଏମଏସଏମଇକୁ ଏକ ନୂତନ ଦିଗ ଆଡକୁ ନେବ । ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ବ୍ୟାପକ ଭାବରେ ପୁନଃ ଜୀବିତ କରିବାରେ ସାହାଯ୍ୟ କରିବ । ଜୀବିକା ନିର୍ବାହ ସହିତ ଜୀବନ ରକ୍ଷା କରିବାରେ ସନ୍ତୁଳନ ଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛି ଆମାଜନ ।

ବ୍ୟବସାୟ ତଥା ରୋଜଗାରର ସୁଯୋଗ ସୃଷ୍ଟି କରୁଥିବାବେଳେ ଆମର ଗ୍ରାହକ ଏବଂ ଆମର କର୍ମଚାରୀଙ୍କ ନିରାପତ୍ତାକୁ ସର୍ବଦା ଅଗ୍ରାଧିକାର ଦିଆଯିବ ବୋଲି ଆମାଜନ ମୁଖପାତ୍ର କହିଛନ୍ତି । ଅନ୍ତର୍ଜାତୀୟ କ୍ଷେତ୍ରରେ ଏହାର ବ୍ୟବସାୟ ଉପରେ କୋରୋନା ଭାଇରସର ଏହା ସବୁଠାରୁ ବଡ ପ୍ରଭାବ ବୋଲି କହିଛି କମ୍ପାନୀ ।

ଦେଶବ୍ୟାପୀ ଲକଡାଉନକୁ ମେ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ଥିବାବେଳେ ଇ-ବାଣିଜ୍ୟ ସଂସ୍ଥାଗୁଡ଼ିକ ପାଇଁ ସରକାର ନୂତନ ଗାଇଡ ଲାଇନ ଜାରି କରିଛନ୍ତି । ରବିବାର ସରକାର କହିଛନ୍ତି ଯେ ଇ-କମର୍ସ ପ୍ଲାଟଫର୍ମଗୁଡିକ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସମସ୍ତ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରିପାରିବ। ପୂର୍ବରୁ ଲକଡାଉନ 3 ରେ ଗ୍ରୀନ ଏବଂ ଅରେଞ୍ଜ ଜୋନରେ ବିତରଣ ପାଇଁ ଅନୁମତି ମିଳିଥିବା ବେଳେ ଏବେ ରେଡ ଜୋନରେ ମଧ୍ୟ ସାମଗ୍ରୀ ଯୋଗାଣ ପାଇଁ ଅନୁମତି ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ୍ ଉପରେ କଡା ନଜର ରଖାଯିବ, ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବ୍ୟତୀତ ଲୋକମାନଙ୍କର କୌଣସି ଗତିବିଧିକୁ ଅନୁମତି ଦିଆଯିବ ନାହିଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

For All Latest Updates

TAGGED:

Lockdown 4
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.