ETV Bharat / bharat

ଅମରନାଥ ଯାତ୍ରା ଆରମ୍ଭ, ପାହାଲଗାମରେ ପହଞ୍ଚିଲେ ପ୍ରଥମ ଯାତ୍ରୀ

ଆରମ୍ଭ ହୋଇଯାଇଛି ଅମରନାଥ ଯାତ୍ରା । ଏହି ଯାତ୍ରାର ପ୍ରଥମ ବ୍ୟାଚ ରବିବାର ସନ୍ଧ୍ୟା ସୁଦ୍ଧା ବାଲତାଲ ଓ ପାହାଲଗାମରେ ପହଞ୍ଚି ସାରିଛନ୍ତି ।ତେବେ ଯାତ୍ରୀମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

author img

By

Published : Jul 1, 2019, 2:40 PM IST

ଡିଜାଇନ ଫଟୋ

ଶ୍ରୀନଗର: ଆରମ୍ଭ ହୋଇଯାଇଛି ଚଳିତବର୍ଷର ପ୍ରଥମ ଅମରନାଥ ଯାତ୍ରା । ରବିବାର ସନ୍ଧ୍ୟା ସୁଦ୍ଧା ବାଲତାଲ ଓ ପାହାଲଗାମରେ ପ୍ରଥମ ଅମରନାଥମ ଯାତ୍ରୀ ପହଞ୍ଚି ସାରିଛନ୍ତି । ଯାତ୍ରୀମାନଙ୍କ ପାଇଁ ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାପରେ ଯାତ୍ରୀମାନେ ଦକ୍ଷିଣ କାଶ୍ମୀରରେ ଥିବା ପବିତ୍ର ମନ୍ଦିରରୁ ସୋମବାରଠୁ ପୁଣି ପଦଯାତ୍ରା ଆରମ୍ଭ କରିବେ ବୋଲି ସୂଚନା ମିଳିଛି ।

ଖବର ଅନୁଯାୟୀ, 46 ଦିନ ଧରି ଆରମ୍ଭ ହୋଇଥିବା ଏହି ଯାତ୍ରାକୁ ରବିବାର ସକାଳ ସମୟରେ ଜମ୍ମୁକାଶ୍ମୀର ରାଜ୍ୟପାଳ କେ. କେ ଶର୍ମା ଉଦଘାଟନ କରିଛନ୍ତି । ପ୍ରଥମ ଥର ପାଇଁ ଯାତ୍ରୀ ନିବାସ କ୍ୟାମ୍ପରୁ 93 ଟି ଗାଡି ବାହାରି 2,234 ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି ।

ସେହିପରି ଶ୍ରୀନଗର ଗସ୍ତ ସମୟରେ ଅମରନାଥ ଯାତ୍ରାରେ କୌଣସି ଦୁର୍ଘଟଣାକୁ ଏଡାଇବା ପାଇଁ ଅମିତ ଶାହା ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଚଳିତ ବର୍ଷ ଅମରନାଥ ଯାତ୍ରା ଅଗଷ୍ଟ 15ରେ ଶେଷ ହେବ ।

ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜମ୍ମୁ ଓ ଶ୍ରୀନଗର ଜାତୀୟ ରାଜପଥରେ ସିଆରପିଏଫ ଯବାନଙ୍କ ସହ ଏସୟୁଭି ଏସକର୍ଟମାନଙ୍କୁ ନିୟୋଜିତ କରାଯାଇଛି । ଏହାସହ ପ୍ରଥମ ବ୍ୟାଚ ସୁରକ୍ଷିତ ଭାବେ କାଶ୍ମୀରରେ ପହଞ୍ଚିଥିବା ଡିଜିପି ଦିଲବାଘ ସିଂ କହିଛନ୍ତି ।

New Delhi, June 29 (ANI): BJP's National General Secretary Ram Madhav has said that the Article 370 has to go 'lock, stock and barrel' ads were mentioned by the Home Minister Amit Shah in the Lok Sabha on Friday.Madhav said, "Article 370 has to go lock, stock and barrel, as Home Minister clearly mentioned yesterday. When it was introduced the then Prime Minister Nehru, he had himself said it is a temporary position, it will erode on its own. Even Nehru wanted it to go". "Our ideological commitment is well known. Article 370 should be removed. We are against it since the beginning. Government will take a suitable step to remove Article 370 at appropriate time." He further added.

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.