ETV Bharat / bharat

ଗାନ୍ଧୀ ପରିବାରକୁ ଚ୍ୟାଲେଞ୍ଜ କରୁଥିବା ନେତାଙ୍କୁ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ବିରୋଧ

author img

By

Published : Aug 23, 2020, 4:22 PM IST

ଙ୍କଟ ସମୟରେ କଂଗ୍ରେସ ଦଳରେ ପୂନର୍ଗଠନ ଦାବି କରିବା ଏହା ଉପଯୁକ୍ତ ସମୟ ନୁହେଁ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ । ଅଧିକ ପଢନ୍ତୁ...

ଗାନ୍ଧୀ ପରିବାରକୁ ଚ୍ୟାଲେଞ୍ଜ ଦେଉଥିବା ନେତାଙ୍କୁ ବିରୋଧ କଲେ କ୍ୟାପ୍ଟେନ ଅମରିନ୍ଦର ସିଂହ

ନୂଆଦିଲ୍ଲୀ: ଗାନ୍ଧୀ ପରିବାରର ନେତୃତ୍ବକୁ ଚ୍ୟାଲେଞ୍ଜ କରୁଥିବା କିଛି କଂଗ୍ରେସ ନେତାଙ୍କୁ ବିରୋଧ କରିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ଅମରିନ୍ଦର ସିଂ କହିଛନ୍ତି ଯେ ଏଭଳି ପ୍ରସଙ୍ଗ ଉଠାଇବା ସମୟ ନୁହେଁ। ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ଏନଡିଏ ସରକାର ବିରୋଧରେ ଦୃଢ ସ୍ବର ଉଠିବାର ଆବଶ୍ୟକତା ରହିଛି ।

ବିରୋଧୀଦଳ ଏକଜୁଟ ହୋଇନଥିବାରୁ ଏନଡିଏ ସଫଳ ହୋଇଛି ବୋଲି ରବିବାର ଦିନ କ୍ୟାପ୍ଟ ଅମରିନ୍ଦର ସିଂ କହିଛନ୍ତି। ସଙ୍କଟ ସମୟରେ ଦଳରେ ପୂନର୍ଗଠନ ଦାବି କରିବା ଏହା ଉପଯୁକ୍ତ ସମୟ ନୁହେଁ। ଏହିପରି ପଦକ୍ଷେପ ଦଳ ତଥା ଦେଶର ସ୍ବାର୍ଥ ପାଇଁ କ୍ଷତିକାରକ ପ୍ରମାଣିତ ହେବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ଅମରିନ୍ଦର ସିଂ କହିଛନ୍ତି ଯେ ଭାରତ କେବଳ ସୀମା ଆରପାର୍ଶ୍ବରୁ ବାହ୍ୟ ବିପଦର ସମ୍ମୁଖୀନ ହେଉନାହିଁ, ଏହା ଆଭ୍ୟନ୍ତରୀଣ ବିପଦର ମଧ୍ୟ ସମ୍ମୁଖୀନ ହେଉଛି। ସେ କହିଛନ୍ତି ଯେ କେବଳ କଂଗ୍ରେସର ଏକତା ଦେଶ ତଥା ଏହାର ଲୋକଙ୍କୁ ସୁରକ୍ଷା ଦେବାରେ ସକ୍ଷମ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.