ଡେରାଡୁନ: ବଦ୍ରିନାଥ ମନ୍ଦିର କମିଟିକୁ 2 କୋଟି ଦାନ କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ । ଶନିବାର ସେ ପ୍ରାଚୀନ ବଦ୍ରିନାଥ ଏବଂ କେଦାର ନାଥ ମନ୍ଦିର ଦର୍ଶନ କରି ମନ୍ଦିର କମିଟିକୁ 2 କୋଟି ଦାନ କରିଥିଲେ ।
ମୁକେଶ ଅମ୍ବାନୀ ପ୍ରଥମେ ମନ୍ଦିର ଦର୍ଶନ କରି ମନ୍ଦିର ଅନ୍ତରୀଣ ଗର୍ଭଗୃହରେ ଭାଗବତ ଗୀତା ପାଠ କରିଥିଲେ । ଏଥିସହ ସେ ମନ୍ଦିରର ବିଭିନ୍ନ ପୂଜାପାଠରେ ସାମିଲ ହୋଇଥିଲେ ।
ତେବେ ଅମ୍ବାନୀ ଏହି ଦର୍ଶନ ଦ୍ବାରା କର୍ଣ୍ଣାଟକରେ ପାଞ୍ଚ ବିଘା ଜମିରେ ସ୍ବର୍ଗତ ପିତା ଧିରୁବାଇ ଅମ୍ବାନୀଙ୍କ ନାମରେ ଚନ୍ଦନ ବାଟିକା ସ୍ଥାପନ ନିମନ୍ତେ ମନ୍ଦିର କମିଟି ସହ କଥା ହୋଇଥିଲେ ।
ତେବେ ମନ୍ଦିରର ସମିତି ଅଧ୍ୟକ୍ଷ ମୋହନ ପ୍ରସାଦ ଥପଲିୟାନଙ୍କ ଅନୁଯାୟୀ, ବଦ୍ରିନାଥ ଏବଂ କେଦାରନାଥରେ ଚନ୍ଦନ କାଠ ପାଇଁ ପ୍ରତିବର୍ଷ ମନ୍ଦିର ସମିତି ତାମିଲନାଡୁ ଏବଂ କର୍ଣ୍ଣାଟକ ଛାନବିନ କରିବା ପାଇଁ ପଡିଥାଏ । ତେବେ ଏହି ପରିପ୍ରେକ୍ଷୀରେ ମନ୍ଦିର କମିଟି ମୁକେଶ ଅମ୍ବାନୀଙ୍କୁ ଚନ୍ଦନ ଗଛର ପ୍ଲାଣ୍ଟେସନ ନିମନ୍ତେ ପ୍ରସ୍ତାବ ଦେଇଥିଲେ । ଯାହାଫଳରେ ସେ କର୍ଣ୍ଣାଟକରେ ପାଞ୍ଚ ବିଘା ଜମିରେ ସ୍ବର୍ଗତ ପିତା ଧିରୁବାଇ ଅମ୍ବାନୀଙ୍କ ନାମରେ ଚନ୍ଦନ ବାଟିକା ସ୍ଥାପନ ନିମନ୍ତେ ଅନୁମତି ଦେଇଥିଲେ ।