ETV Bharat / bharat

କୋରୋନା ବେଳେ ଦେଶରେ ବଣ୍ଟା ହୋଇଛି 4 ଲକ୍ଷ ସାନିଟାରୀ ନାପକିନ

author img

By

Published : May 16, 2020, 4:05 PM IST

ଲକଡାଉନରେ ମହିଳାଙ୍କ ସ୍ୱଚ୍ଛତା ପ୍ରତି ଆଗ୍ରାଧିକାର ଦେଇ ନାଇନୀ କମ୍ପାନୀ 40 ଦିନରେ 14 ଲକ୍ଷ ସାନିଟାରୀ ନାପକିନ ରପ୍ତାନୀ କରିଛି । ଏବେ ଦେଶ ଖାଲି କ୍ଷୁଧା ସହ ଲଢୁନାହିଁ ବରଂ ମହିଳାଙ୍କ ସ୍ବଚ୍ଛତା ମଧ୍ୟ ଆଉ ଏହ ଯୁଦ୍ଧ ବୋଲି କହିଛନ୍ତି କମ୍ପାନୀ ନିର୍ଦେଶକ ।

କ୍ଷୁଦା ସହ ଋତୁସ୍ରାବ ସ୍ବଚ୍ଛତା ଆଉ ଏକ ଯୁଦ୍ଧ
କ୍ଷୁଦା ସହ ଋତୁସ୍ରାବ ସ୍ବଚ୍ଛତା ଆଉ ଏକ ଯୁଦ୍ଧ

ଗୁରୁଗ୍ରାମ: ଦେଶ ମହାମାରୀ ସହ ଲଢୁଥିବା ବେଳେ ଦୀର୍ଘ 2 ମାସ ଧରି ଦିନ ରାତି 24 ଘଣ୍ଟା ନାଇନି ନାପକିନ କମ୍ପାନୀ କାର୍ଯ୍ୟକରୁଛନ୍ତି । ଦେଶର ଥିବା ଦୋକାନ ଗୁଡିକୁ ଏହା ରପ୍ତାନୀ କରିବା ସହ ସରକାରୀ ଅନୁଷ୍ଠାନ, ଏନଜିଓ, ଅନ୍ୟ ପ୍ରତିଷ୍ଠାନ ଗୁଡିକ ସହ ମିଳିମିଶି କାମ କରୁଛନ୍ତି ।

ଏହି କମ୍ପାନୀର ଉଦେଶ୍ୟ ରହିଛି ମହିଳାଙ୍କୁ ମାସିକିଆ ଋତୁସ୍ରାବରେ ସ୍ବଚ୍ଛତା ପ୍ରଦାନ କରିବା । ଲକଡାଉନରେ ମହିଳାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି କମ୍ପାନୀ 40 ଦିନରେ 14 ଲକ୍ଷ ସାନିଟାରୀ ନାପକିନ ଯୋଗାଇଛି । ଆଉ ତାହା ପୁଣି ମାଗଣାରେ । ସରକାରୀ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଗ୍ରୁପ ସହ ମିଶି କମ୍ପାନୀ ଏହି କାମ କରିଥିବା କହିଛି ।

ତେବେ ଏହି ସାନିଟାରୀ ନାପକିନ ବଣ୍ଟନ ପ୍ରକ୍ରିୟାରେ ଉତ୍ତରପ୍ରଦେଶ ଓ ତେଲେଙ୍ଗାନା ସରକାର, ପଞ୍ଜାବ ଓ ହରିୟାଣା ପୋଲିସ ବିଭାଗ, ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ଓ ଅନ୍ୟ ରାଜ୍ୟ ଋତୁସ୍ରାବ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ନିଜ ସହାୟତାର ହାତ ବଢାଇଥିଲେ । ଏହାସହ କିଛି ପ୍ରତିଷ୍ଠିତ ଏନଜିଓ ମଧ୍ୟ ନାଇନି କମ୍ପାନୀ ସହ ଯୋଗଦାନ କରିଥିଲେ । ନିଜ ନିଜ ଅଞ୍ଚଳରେ ଘରକୁ ଘର ବୁଲି ପୋଲିସ କର୍ମଚାରୀ ସହ ଅନ୍ୟ ସରକାରୀ ଅଧିକାରୀ ନାପକିନ ବଣ୍ଟନ କରୁଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.