ETV Bharat / bharat

ଶପଥ ଗ୍ରହଣ ପାଇଁ ସାଂସଦଙ୍କୁ ପାରୋଲରେ ଛାଡିଲେ ଆହ୍ଲାବାଦ ହାଇକୋର୍ଟ

author img

By

Published : Jan 24, 2020, 10:54 AM IST

ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଉତ୍ତର ପ୍ରଦେଶର ଘୋସି ଲୋକସଭା ଆସନର ସାଂସଦ ଅତୁଲ ରାୟଙ୍କୁ ଶପଥ ନେବା ପାଇଁ ଆହ୍ଲାବାଦ ହାଇକୋର୍ଟ 2ଦିନିଆ ପାରୋଲରେ ଛାଡିଛନ୍ତି।

two days parole to rape accused
ସାଂସଦଙ୍କୁ ପାରୋଲରେ ଛାଡିଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ବିଚିତ୍ର ଆମ ନ୍ୟାୟ ବ୍ୟବସ୍ଥା । ଯାହାର ଉଦାହରଣ ଦେଖିବାକୁ ମିଳିଛି ଆହ୍ଲାବାଦ ହାଇକୋର୍ଟରେ। ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଉତ୍ତର ପ୍ରଦେଶ ଘୋସି ଲୋକସଭା ଆସନର ସାଂସଦ ଅତୁଲ ରାୟଙ୍କୁ ଶପଥ ନେବା ପାଇଁ ହାଇକୋର୍ଟ 2ଦିନିଆ ପାରୋଲରେ ଛାଡିଛନ୍ତି।

ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ରମେଶ ସିହ୍ନା ଏହି ମାମଲାର ଶୁଣାଣୀ କରି ଅତୁଲ ରାୟଙ୍କ 2ଦିନିଆ ପାରୋଲକୁ ମଞ୍ଜୁର କରିଛନ୍ତି । ଏହି ଦୁଇ ଦିନ ମଧ୍ୟରେ ତାଙ୍କୁ ସଂସଦରେ ଶପଥ ନେବାକୁ କୁହାଯାଇଛି । ସେ ଜାନୁଆରୀ 29ରେ ପୋଲିସ ହେପାଜତରେ ସଂସଦ ଯାଇ ଶପଥ ଗ୍ରହଣ କରିବେ । ସେହିପରି 31 ତାରିଖରେ ପୋଲିସ ହେପାଜତରୁ ଜେଲକୁ ଫେରିବେ।

ଗତବର୍ଷ ମେ 1 ତାରିଖରେ ଉତ୍ତରପ୍ରଦେଶର ଘୋସି ଲୋକସଭା ନିର୍ବାଚନରେ ଲଢୁଥିବା ଅତୁଲ ରାୟଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା । ମେ 19 ତାରିଖରେ ନିର୍ବାଚନ ଫଳାଫଳ ଆସିବା ପରେ ଅତୁଲ ବିଜୟୀ ହୋଇଥିଲେ। ଏହାପରେ ସେ ଜାମିନ ଆବେଦନ କରିଥିଲେ ହେଁ ହାଇକୋର୍ଟ ଦ୍ବାରା ଆଗ୍ରାହ୍ୟ କରାଯାଇଥିଲା।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.