ETV Bharat / bharat

ଦେଶର ସମସ୍ତ ଟିବି ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯିବ ମାସକର ଔଷଧ

ସାରା ଦେଶରେ କୋରୋନା ବିତ୍ପାତ ଜାରି ରହିଥିବା ବେଳେ ଅଣଦେଖା ହୋଇ ରହିଯାଇଛି ଅନେକ ରୋଗ । ଯେଉଁଥିରୁ ଗୋଟିଏ ହେଉଛି ଟ୍ୟୁବରକ୍ୟୁଲୋସିସ ବା ଟିବି । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଶୁକ୍ରବାର ନିର୍ଦ୍ଦେଶ ଜାରି କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Apr 24, 2020, 10:34 PM IST

month long medicine to be provided for TB patients, government order for tb patients across country, central helath and family walefare department, ଟିବି ଆକ୍ରାନ୍ତଙ୍କୁ ମିଳିବ ମାସକର ଔଷଧ, ଦେଶରେ ଟିବି ଆକ୍ରାନ୍ତଙ୍କ ପାଇଁ ସରକାରୀ ନିର୍ଦ୍ଦେଶ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ଦେଶର ସମସ୍ତ ଟିବି ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯିବ ମାସକର ଔଷଧ

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ବିତ୍ପାତ ଜାରି ରହିଥିବା ବେଳେ ଅଣଦେଖା ହୋଇ ରହିଯାଇଛି ଅନେକ ରୋଗ । ଯେଉଁଥିରୁ ଗୋଟିଏ ହେଉଛି ଟ୍ୟୁବରକ୍ୟୁଲୋସିସ ବା ଟିବି । ବର୍ତ୍ତମାନ କୋରୋନାର ଚିକିତ୍ସାକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଟିବିକୁ ଅଣଦେଖା ନକରି ଏହି ରୋଗୀଙ୍କ ତୁରନ୍ତ ଏକ ମାସର ଔଷଧ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଶୁକ୍ରବାର ନିର୍ଦ୍ଦେଶ ଜାରି କରାଯାଇଛି ।

ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ପୂର୍ବରୁ ଚିକିତ୍ସାଧୀନ ଟିବି ରୋଗୀ ବା ବର୍ତ୍ତମାନ ସମୟରେ ଚିହ୍ନଟ ହୋଇଥିବା ରୋଗୀମାନଙ୍କୁ ଆଗାମୀ ମାସେ ପର୍ଯ୍ୟନ୍ତ ସମସ୍ତ ଜରୁରୀ ଔଷଧ ଯୋଗାଇ ଦିଆଯିବ । ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କୁ ଔଷଧ ଯୋଗାଇବାର ବ୍ୟବସ୍ଥା କରାଯିବ । ଏଥିସହ ବିନା ଆଇଡି କାର୍ଡରେ ମଧ୍ୟ ରୋଗୀମାନଙ୍କୁ ଔଷଧ ଦିଆଯାଇପାରିବ ବୋଲି ଶୁକ୍ରବାର ଘୋଷଣା କରାଯାଇଛି ।

ତେବେ ସାରା ଦେଶରେ ଥିବା ଟିବି ରୋଗୀମାନଙ୍କୁ ବର୍ତ୍ତମାନ ସମୟରେ ନ୍ୟାସନାୟ ଟିବି ଏଲିମିନେସନ ପ୍ରୋଗ୍ରାମ (ଏନଟିଇପି) ଦ୍ବାରା ଜାରି ଗାଇଡଲାଇନ ଅନୁସରଣ କରିବାକୁ କୁହାଯାଇଛି । ବର୍ତ୍ତମାନର ଲକଡାଉନ ପରିସ୍ଥିତିରେ ଦେଶର ଅନ୍ୟ ଜରୁରୀ ସେବା ଯୋଗାଇବା ପାଇଁ ସରକାର ଏପରି ପଦକ୍ଷେପ ନେଇଥିବା କୁହାଯାଇଛି । ଟିବି ରୋଗୀଙ୍କ ଔଷଧ ସହଜରେ ଉପଲବ୍ଧ ହେଉ ନଥିବାରୁ ଆଗାମୀ ମାସେ ପର୍ଯ୍ୟନ୍ତ ଆବଶ୍ୟକୀୟ ଔଷଧ ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଅଧିକ ସାହାଯ୍ୟ ପାଇଁ ଟୋଲ ଫ୍ରି ନମ୍ବର (1800-11-6666) ମଧ୍ୟ ଜାରି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.