ETV Bharat / bharat

କୋରୋନା ମହାମାରୀ ମୁକାବିଲା: ଆଜି ସର୍ବଦଳୀୟ ବୈଠକ

କୋରୋନା ମହାମାରୀ ମୁକାବିଲା ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ । ସକାଳ 10.30ରେ ଅନଲାଇନରେ ବସିବ ବୈଠକ । ଅଧିକ ପଢନ୍ତୁ...

କୋରୋନା ମହାମାରୀ ମୁକାବିଲା
କୋରୋନା ମହାମାରୀ ମୁକାବିଲା
author img

By

Published : Dec 4, 2020, 10:03 AM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଉଭୟ ଗୃହର ବିଭିନ୍ନ ଦଳର ନେତାଙ୍କ ସହିତ ଆଲୋଚନା କରିପାରିବା ନେଇ ସମ୍ଭାବନା ରହିଛି ।

ସୂଚନା ଅନୁସାରେ, ଆଜି ସକାଳ 10.30ରେ ବିଭିନ୍ନ ଦଳର ନେତାଙ୍କୁ ଅନଲାଇନ ବୈଠକ ପାଇଁ ନିମନ୍ତ୍ରଣ କରାଯାଇଛି । କୋରୋନା ମହାମାରୀ ଆରମ୍ଭ ହେବା ପରେ ସରକାର ଦ୍ବିତୀୟ ଥର ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି । ମହାମାରୀରେ ରୋକ ଲଗାଇବାକୁ ଦେଶବ୍ୟାପୀ ହୋଇଥିବା ଲକ୍‌ଡାଉନ୍‌ ସମୟରେ ଅପ୍ରେଲ 20 ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଥିଲା ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ୍‌ ଶାହ, ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହିତ ମନ୍ତ୍ରିମଣ୍ଡଳର ଶୀର୍ଷସ୍ତରୀୟ ମନ୍ତ୍ରୀ ଉପସ୍ଥିତ ରହିବାର ସମ୍ଭାବନା ରହିଛି । ବୈଠକରେ ଟୀକା ବିତରଣ ପାଇଁ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ସେହିପରି କୋରୋନାର ମୁକାବିଲା ପାଇଁ ସରକାରଙ୍କ ଦ୍ବାରା ଉଠାଇଯାଇଥିବା ପଦକ୍ଷେପ ସମ୍ପର୍କରେ ନେତାମାନଙ୍କୁ ଅବଗତ କରାଯିବାର ମଧ୍ୟ ସମ୍ଭାବନା ରହିଛି ।

ଟୀକାର ବିକାଶ ଓ ବିତରଣ ଉପରେ ମଧ୍ୟ ଆଲୋଚନା ହୋଇପାରେ । ସେହିପରି ବୈଠକରେ କଂଗ୍ରେସର ଅଧିର ରଞ୍ଜନ ଚୌଧୁରୀ, ଗୁଲାମନବୀ ଆଜାଦଙ୍କ ସମେତ ବିଭିନ୍ନ ଦଳର ନେତା ସାମିଲ ହେବାର ସମ୍ଭାବନା ରହିଛି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ମଧ୍ୟ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.