ETV Bharat / bharat

କରୋନା ଆତଙ୍କ: ୟୁପିରେ ବନ୍ଦ ହେଲା ପ୍ରସିଦ୍ଧ ବୌଦ୍ଧ ମନ୍ଦିର ଓ ଅଭୟାରଣ୍ୟ - up news

କରୋନାକୁ ନେଇ ସଜାଗ ଲକ୍ଷ୍ନୌ ପ୍ରଶାସନ । ମଲ୍‌ ବଜାର ପରେ ବନ୍ଦ ହେଲା କୁଶୀନଗରର ପ୍ରସିଦ୍ଧ ବୌଦ୍ଧ ମନ୍ଦିର । ଅଧିକ ପଢନ୍ତୁ...

Buddhist temple were closed
ୟୁପିରେ ବନ୍ଦ ହେଲା ପ୍ରସିଦ୍ଧ ବୌଦ୍ଧ ମନ୍ଦିର
author img

By

Published : Mar 19, 2020, 9:26 PM IST

ଲକ୍ଷ୍ନୌ: କରୋନା ଭାଇରସ କବଳରୁ ରକ୍ଷା ପାଇବା ପାଇଁ ସମସ୍ତ ବଜାର, ମଲ୍‌, ମନ୍ଦିର, ମସଜିଦ୍‌ ସହ ଜନଗହଳି ସ୍ଥାନ ବନ୍ଦ ରହୁଛି । ଏହି ପ୍ରରିପେକ୍ଷୀରେ ସରକାରଙ୍କ ଆଦେଶକୁ ନଜରରେ ରଖି ଉତ୍ତରପ୍ରଦେଶ ସ୍ଥିତ କୁଶୀନଗରର ସମସ୍ତ ପ୍ରମୁଖ ବୌଦ୍ଧ ମନ୍ଦିରକୁ ଗୁରୁବାର ବନ୍ଦ କରି ଦିଆଯାଇଛି ।

ସେହିପରି ଅନ୍ୟପଟେ ବାରଣାସୀର ସାରନାଥ ମନ୍ଦିରକୁ 2 ଦିନ ପୂର୍ବେ ବନ୍ଦ କରାଯାଇଛି । କ୍ଷେତ୍ରୀୟ ପର୍ଯ୍ୟଟନ ଅଧିକାରୀ ରବିନ୍ଦ୍ରଙ୍କ କହିବା ଅନୁଯାୟୀ, କରୋନା ଭାଇରସ୍‌ କାରଣରୁ ବିଦେଶୀ ପର୍ଯ୍ୟଟକଙ୍କୁ ଭିସା ନମିଳିବା ଓ କରୋନା କାରଣରୁ କୁଶୀ ନଗରର ପ୍ରମୁଖ ବୌଦ୍ଧ ମନ୍ଦିର ଗୁଡିକୁ ବନ୍ଦ କରାଯାଇଛି । ଜାପାନ, କୋରିୟା, ଚୀନ ଓ ଅନ୍ୟ ଦେଶ ଗୁଡିକର ବୋଦ୍ଧ ପର୍ଯ୍ୟଟକ ମାନେ ଏଠାକୁ ଆସିଥାନ୍ତି ।

ତେବେ ଲକ୍ଷ୍ନୌ ସରକାର ବୁଧବାର ରାଜଧାନୀର ସମସ୍ତ ସ୍ପା ଓ ମସାଜ୍‌ ପାର୍ଲର ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହାସହ ପାର୍କ ଓ ଅଭୟାରଣ୍ୟ ମଧ୍ୟ ବନ୍ଦ କରି ଦିଆଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.