ETV Bharat / bharat

ନିର୍ଭୟା ମାମଲା: ନୂଆ ଡେଥ ୱାରେଣ୍ଟ ପାଇଁ ଆବେଦନ, କାଲି ଶୁଣାଣି

author img

By

Published : Mar 4, 2020, 8:03 PM IST

ନିର୍ଭୟା ମାମଲାର 4 ଦୋଷୀଙ୍କ ବିରୋଧରେ ନୂଆ ଡେଥ ୱାରେଣ୍ଟ ଜାରି କରିବାକୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଦିଲ୍ଲୀ ସରକାର । ଗୁରୁବାର ଶୁଣାଣି । ଅଧିକ ପଢନ୍ତୁ...

nirbhaya case
ନିର୍ଭୟା ମାମଲା

ନୂଆଦିଲ୍ଲୀ: ନିର୍ଭୟା ମାମଲାର 4 ଦୋଷୀଙ୍କ ବିରୋଧରେ ନୂଆ ଡେଥ ୱାରେଣ୍ଟ ଜାରି କରିବାକୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଦିଲ୍ଲୀ ସରକାର । ଆଡିଶନାଲ ସେଶନ ଜଜ ଡି ରାଣା ଏନେଇ 4 ଜଣ ଦୋଷୀଙ୍କୁ ନୋଟିସ ଜାରି କରିଛନ୍ତି । ସେମାନଙ୍କୁ ଜବାବ ଦାଖଲ କରିବାକୁ ନୋଟିସରେ କୁହାଯାଇଛି । ଏହି ମାମଲାର ଶୁଣାଣି ଆସନ୍ତାକାଲି (ଗୁରୁବାର) ଅପରାହ୍ନ 2ଟା ସମୟରେ ହେବ । ତେବେ କୋର୍ଟ ଗୁରୁବାର ହିଁ ଦୋଷୀଙ୍କ ପାଇଁ ଚତୁର୍ଥ ଥର ପାଇଁ ଡେଥ ୱାରେଣ୍ଟ ଜାରି କରିବେ ବୋଲି ଆଶା କରାଯାଉଛି ।

ଏହା ପୂର୍ବରୁ ଦୋଷୀଙ୍କ ବିରୋଧରେ 3 ଥର ଡେଥ ୱାରେଣ୍ଟ ଜାରି ହୋଇସାରିଛି । ନିର୍ଭୟା ମାମଲାର 4 ଦୋଷୀଙ୍କୁ ମାର୍ଚ୍ଚ 3 ତାରିଖ ସକାଳ 6ଟା ସମୟରେ ଫାଶୀ ଖୁଣ୍ଟରେ ଝୁଲାଇବାକୁ ତୃତୀୟ ଡେଥ ୱାରେଣ୍ଟ ଜାରି ହୋଇଥିଲା । ହେଲେ 4 ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ବିଚାରଧୀନ ଥିବାରୁ ଟଳିଥିଲା ଫାଶୀ ଦଣ୍ଡାଦେଶ । ଏହାସହିତ ସେମାନଙ୍କ ନାମରେ ଜାରି ଡେଥ ୱାରେଣ୍ଟକୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ତେବେ ପବନର ରାଜକ୍ଷମା ଆବେଦନ ବୁଧବାର ରାଷ୍ଟ୍ରପତି ଖାରଜ କରିଛନ୍ତି । ଏହା ସହିତ ଅନ୍ୟ 3 ଦୋଷୀଙ୍କ ସହ ପବନର ମଧ୍ୟ ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଦୋଷୀଙ୍କ ଫାଶୀ ଖୁଣ୍ଟରେ ଝୁଲିବା ବା ନୂଆ ଡେଥ ଓ୍ବାରେଣ୍ଟ ଜାରି ପାଇଁ ଏକପ୍ରକାର ରାସ୍ତା ଖୋଲିଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.