ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସାମାନ୍ୟ ହେଉଛି ସ୍ଥିତି । ଆବଶ୍ୟକୀୟ ସେବା ଉପରୁ ହଟିଛି କଟକଣା । ଏହା ସହିତ ଶ୍ରୀନଗରର ସମସ୍ତ ଡାକ୍ତରଖାନା ସୁରୁଖୁରୁରେ ଚାଲୁଥିବା ଜମ୍ମୁ-କାଶ୍ମୀରର କ୍ୟାବିନେଟ ସଚିବ ରୋହିତ କଂସଲ ସୂଚନା ଦେଇଛନ୍ତି ।
ସୋମବାର ଜମ୍ମୁ-କାଶ୍ମୀର ସ୍ଥିତିକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଘାଟିରେ ଏବେ 26,000 ରୁ ଉର୍ଦ୍ଧ୍ବ ଲ୍ୟାଣ୍ଡଲାଇନ ସେବା ଯୋଗାଇ ଦିଆଯାଇଛି । ଜମ୍ମୁ ଏବଂ ଲଦାଖରେ ଲ୍ୟାଣ୍ଡଲାଇନ ଏବଂ ମୋବାଇଲ ସେବା ଉଭୟ ସମ୍ପୁର୍ଣ୍ଣ ରୂପରେ କାର୍ଯ୍ୟକ୍ଷମ ହେଉଛି । 92 ପୋଲିସ ଷ୍ଟେସନରୁ ଦିନରେ ପ୍ରତିବନ୍ଧକ ସମ୍ପୂର୍ଣ୍ଣ ରୂପରେ ହଟାଯାଇଛି।
ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରଠାରୁ ସେଠାରେ ଧାରା 144 ଲାଗୁ କରାଯାଇଥିଲା । ସାମ୍ଭାବ୍ୟ ହିଂସା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିରୁ ବର୍ତ୍ତିବା ପାଇଁ ଲ୍ୟାଣ୍ଡଲାଇନ ଏବଂ ଫୋନ ସେବା ଉପରେ ମଧ୍ୟ କଟକଣା ଲାଗିଥିଲା।