ETV Bharat / bharat

ବିନା ପରୀକ୍ଷା ଦେଇ ପରବର୍ତ୍ତୀ କ୍ଲାସକୁ ଯିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ: କେସିଆର

author img

By

Published : Jun 8, 2020, 7:32 PM IST

ଦଶମ ଶ୍ରେଣୀ ଛାତତ୍ରଛାତ୍ରୀଙ୍କ ପାଇଁ ତେଲେଙ୍ଗାନା ସରକାରଙ୍କ ବଡ ଘୋଷଣା । ବିନା ପରୀକ୍ଷାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ କ୍ଲାସକୁ ଉନ୍ନତି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଅଧିକ ପଢନ୍ତୁ...

All Class 10 students will be promoted to next class without exams: Telangana CM
ବିନା ପରୀକ୍ଷା ଦେଇ ପରବର୍ତ୍ତୀ କ୍ଲାସକୁ ଯିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ: କେସିଆର

ହାଇଦ୍ରାବାଦ: ଦଶମ ଶ୍ରେଣୀ ଛାତତ୍ରଛାତ୍ରୀଙ୍କ ପାଇଁ ତେଲେଙ୍ଗାନା ସରକାରଙ୍କ ବଡ ଘୋଷଣା । ବିନା ପରୀକ୍ଷାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ କ୍ଲାସକୁ ଉତ୍ତୀର୍ଣ୍ଣ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ରାଜ୍ୟରେ କୋରୋନା ସଙ୍କଟ ସମୟରେ ଦଶମ ପରୀକ୍ଷା କରିବା ସମ୍ଭବ ନଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସମସ୍ତ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ କିମ୍ବା ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ୍ (ଏସଏସସି 2020) ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଇଣ୍ଟରନାଲ ମାର୍କ ଆଧାରରେ ଗ୍ରେଡ୍ ଦେଇ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହା ଉପରେ ନିଷ୍ପତ୍ତି ନେଇଛନ୍ତି । ଏହି ବୈଠକରେ ଶିକ୍ଷା ମନ୍ତ୍ରୀ ପି ସବିତା ଇନ୍ଦ୍ରା ରେଡ୍ଡି ଏବଂ ସରକାରଙ୍କ ସ୍ୱତନ୍ତ୍ର ମୁଖ୍ୟ ସଚିବ ଚିତ୍ରା ରାମଚନ୍ଦ୍ରନ ସାମିଲ ହୋଇଥିଲେ ।

ଏହାପୂର୍ବରୁ ବୋର୍ଡ ଟିଏସ ଏସଏସସି ପରୀକ୍ଷାକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲା । କାରଣ ତେଲେଙ୍ଗାନା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜିଏଚଏମସିରେ ପରୀକ୍ଷା ନକରିବାକୁ କହିଥିଲେ । ତେବେ ହାଇଦ୍ରାବାଦ, ସିକନ୍ଦରାବାଦ ଏବଂ ରଙ୍ଗା ରେଡ୍ଡି ଜିଲ୍ଲାକୁ କୋଭିଡ-19 ହଟସ୍ପଟ ଭାବରେ ଚିହ୍ନଟ କରାଯାଇଛି । ଯେଉଁକାରଣରୁ କୋର୍ଟ ରାଜ୍ୟ ବୋର୍ଡକୁ ଏହି ଅଞ୍ଚଳରେ ପରୀକ୍ଷା ଆୟୋଜନ କରିବାକୁ ଅନୁମତି ଦେଇନଥିଲେ ।

ମେ 22ରେ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ତେଲେଙ୍ଗାନା ଏସଏସସି ପରୀକ୍ଷା ସୋମବାର ଜୁନ୍ 8, 2020ରୁ ଆରମ୍ଭ ହୋଇ ଜୁଲାଇ 5, 2020 ପର୍ଯ୍ୟନ୍ତ ହେବାର ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.