ETV Bharat / bharat

ଅଲିଗଡ ହତ୍ୟାକାଣ୍ଡ: ଇଣ୍ଟରନେଟ ସେବା ବନ୍ଦ କଲା ପ୍ରଶାସନ

ଅଲିଗଡରେ ଅଢେଇ ବର୍ଷର ଶିଶୁ କନ୍ୟାକୁ ହତ୍ୟା ଘଟଣାରେ ପ୍ରଶାସନ, ଭାରି ପୋଲିସ କର୍ମୀ ଓ ଅର୍ଦ୍ଧସୈନିକ ବଳଙ୍କୁ ନିୟୋଜିତ କରିଛି । ଇଣ୍ଟରନେଟ ସେବା ବନ୍ଦ ସହିତ ପୁରା ଟପ୍ପଲ ଅଞ୍ଚଳରେ 144 ଧାରା ଲଗାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 11, 2019, 8:54 AM IST

Updated : Jun 11, 2019, 1:28 PM IST

ଲକ୍ଷ୍ନୌ: ଅଲିଗଡରେ ଅଢେଇ ବର୍ଷର ଶିଶୁ କନ୍ୟାକୁ ହତ୍ୟା ଘଟଣାର କିଛି ଦିନ ପରେ ଅଞ୍ଚଳରେ ଶାନ୍ତି ଦେଖିବାକୁ ମିଳିଥିବା ବେଳେ କିଛି ଅଘଟଣକୁ ଆଶଙ୍କା କରି ପ୍ରଶାସନ ଭାରି ପୋଲିସ କର୍ମୀ ଓ ଅର୍ଦ୍ଧସୈନିକ ବଳଙ୍କୁ ନିୟୋଜିତ କରିଛି ।

ଖୈର ଅଞ୍ଚଳରେ ମଧ୍ୟରାତ୍ରୀ ଯାଏଁ ଇଣ୍ଟରନେଟ ସେବା ବନ୍ଦ କରିଦିଆଯିବା ସହିତ ଟପ୍ପଲରେ ପୋଲିସ ଅଧିକରୀ ପଙ୍କଜ ଶ୍ରୀବାସ୍ତବଙ୍କୁ ବଦଳି କରି ଦିଆଯାଇଛି ।

ଅଢେଇ ବର୍ଷର ଶିଶୁ କନ୍ୟାର ହତ୍ୟା ପରେ କିଛି ବଦମାସ ଗୋଷ୍ଠୀ ଗୁଜବ ସୃଷ୍ଟି କରିବା ସହିତ ମିଥ୍ୟା ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରୁଥିବା ଜିଲ୍ଲାଧିକାରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଏଥିପାଇଁ ଇଣ୍ଟରନେଟ ସେବା ବନ୍ଦ ସହିତ ପୁରା ଟପ୍ପଲ ଅଞ୍ଚଳରେ 144 ଧାରା ଲଗାଯାଇଛି ।

ଗୁଜବ ସୃଷ୍ଟି କରୁଥିବା ସୋସିଆଲ ମିଡିଆ ପୋଷ୍ଟ ସମ୍ପ୍ରଦାୟିକ ସ୍ଥିତି ଉପୁଜାଇବା ଆଶଙ୍କା ଥିବା ହେତୁ ପୋଲିସ ଏଭଳି ପୋଷ୍ଟ ଉପରେ କଡା ନଜର ରଖି ଇଣ୍ଟରନେଟ ସେବା ବନ୍ଦ କରିଥିବା ନେଇ ଜିଲ୍ଲାପାଳ ଚନ୍ଦ୍ର ଭୂଷଣ କହିଛନ୍ତି ।

Intro:Body:

htrj

Conclusion:
Last Updated : Jun 11, 2019, 1:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.