ETV Bharat / bharat

ଭୋକ ଦୂର କରିବ ଶୈବାଳ

ଆମ ଦୈନନ୍ଦିନ ଫୁଡ ମେନ୍ୟୁରେ ସାମିଲ ହେବ ଶୈବାଳ । ଆଜ୍ଞା ହଁ.. ଶିଉଳୀ ଦେହ ପାଇଁ ସ୍ବାସ୍ଥ୍ୟକର ସହ ପୁଷ୍ଟିକର ମଧ୍ୟ । କୁପୋଷଣ ଦୂର କରିବାରେ ମଧ୍ୟ ଏହାର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ । ଏହା ସମ୍ପୁର୍ଣ୍ଣ ଶାକାହାରୀ ସହ ଛୁଆ ଠାରୁ ବୃଦ୍ଧ ସମସ୍ତଙ୍କ ପାଇଁ ଉପଯୋଗୀ ।

author img

By

Published : Dec 14, 2020, 6:45 PM IST

ଭୋକ ଦୂର କରିବ ଶୈବାଳ
ଭୋକ ଦୂର କରିବ ଶୈବାଳ

ଧାନବାଦ: CIMFR ଅର୍ଥାତ କେନ୍ଦ୍ରୀୟ ଖଣି ଏବଂ ଇନ୍ଧନ ଅନୁସନ୍ଧାନ ସଂସ୍ଥାନର ବୈଜ୍ଞାନିକ ଏବେ ନୀଳହରିତ ଶୈବାଳରୁ ଫୁଡ ପ୍ରଡକ୍ଟ ଉତ୍ପାଦନ କରିବାକୁ କରୁଛନ୍ତି ପ୍ରୟାସ । ସାଧାରଣତଃ ଶୈବାଳ ବା ଶିଉଳି ସବୁ ପୋଖରୀ, ଜଳାଶୟ ଓ ନଦୀମାନଙ୍କରେ ଦେଖିବାକୁ ମିଳନ୍ତି । ଏହା ଏକ ଉଦ୍ଭିଦ ଯାହାର ମୂଳ, ଡାଳ ଏବଂ ପତ୍ରରେ ବିଭକ୍ତ ହୋଇନଥାଏ । କେତେକ କିସମର ଶୈବାଳ କ୍ଷତିକାରକ ହୋଇଥିବାବେଳେ କିଛି କୁ ଖାଦ୍ୟ, ଔଷଧ ଏବଂ ଚାଷରେ ବ୍ୟବହାର କରାଯାଇପାରେ ।

ଭୋକ ଦୂର କରିବ ଶୈବାଳ

ଶୈବାଳରେ ପ୍ରୋଟିନ , କାର୍ବହାଇଡ୍ରେଟ ଓ ଭିଟାମିନ ସମେତ ଅନେକ ପୋଷକ ତତ୍ବ ରହିଥାଏ । ଏହାକୁ ବ୍ୟବହାର କରି ଧାନବାଦର ଝରିଆ ଅଞ୍ଚଳର ଡିଗବାହିଡ ସ୍ଥିତ CIMFRର ବୈଜ୍ଞାନିକ ଅନେକ ଫୁଡ ପ୍ରଡକ୍ଟ କରୁଛନ୍ତି । ଆଉ ଏହି ପ୍ରୋଜେକ୍ଟ 2 ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରହିଛି ।

ଏଥିପାଇଁ ବୈଜ୍ଞାନିକ ଶୈବାଳରୁ ଏଭଳି ପଦାର୍ଥକୁ ଅଲଗା କରୁଛନ୍ତି , ଯାହା ମାନବ ଶରୀରକୁ ହାନୀ ପହଞ୍ଚାଇପାରେ । ଏହା ପରେ ଏଥିରୁ ପୁଷ୍ଟିକର ଉପାଦାନ ବାହାର କରି ଖାଦ୍ୟ ପଦାର୍ଥକୁ ପ୍ରସ୍ତୁତ କରାଯିବ । ଏହି ଖାଦ୍ୟ ପଦାର୍ଥ କ୍ୟାପସୁଲ୍ , ଟାବଲେଟ ବା ପାଉଡର ଆକାରରେ ପ୍ରସ୍ତୁତ କରାଯିବ । ଯେପରି ଏହା ଲୋକଙ୍କ ପାଖରେ ସହଜରେ ପହଞ୍ଚିପାରିବ ।

ଶୈବାଳରୁ ପ୍ରସ୍ତୁତ ଫୁଡ ପ୍ରଡକ୍ଟ ସମ୍ପୁର୍ଣ୍ଣ ଭାବେ ଶାକାହାରୀ ହେବ । ଏଥିସହ ଏହାର ଦାମ ମଧ୍ୟ କମ ରଖିବାକୁ ଚେଷ୍ଟା କରାଯିବ, ଯେପରି ଯେକୌଣସି ଗରିବ ଲୋକ ଏହାକୁ କିଣି ଖାଇବାକୁ ସକ୍ଷମ ହୋଇପାରିବ। ବୈଜ୍ଞାନିକଙ୍କ ଅନୁସାରେ କୁପୋଷଣକୁ ମଧ୍ୟ ଏହା ସହଜରେ କାବୁ କରିପାରିବ । ଶୈବାଳ ଉତ୍ପାଦକୁ ନେଇ କୃଷକଙ୍କୁ ପ୍ରଶିକ୍ଷଣ ଦିଆଯିବ । ଯାହା ଦ୍ବାରା ରୋଜଗାରର ସୁଯୋଗ ସୃ୍ଷ୍ଟି ହେବ ।

ବର୍ତ୍ତମାନ ଚୀନ, ଜାପାନ, ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ସମେତ ଅନେକ ଦେଶରେ ଶୈବାଳକୁ ଉପଯୋଗୀ ଖାଦ୍ୟ ପଦାର୍ଥ ଭାବେ ବ୍ୟବହାର କରାଯାଉଛି । ଆଜିର ବର୍ଦ୍ଧିତ ଜନସଂଖ୍ୟା ମଧ୍ୟରେ ଖାଦ୍ୟ ସମସ୍ୟାର ସମାଧାନ ପାଇଁ ଏଭଳି ପ୍ରୟାସ ଜରୁରୀ ରହିଛି। ଏହା ସଫଳ ହେଲେ ଆମ ଦୈନିକ ଖାଦ୍ୟ ପଦାର୍ଥରେ ସାମିଲ ହୋଇପାରିବ ଶୈବାଳ । ଯାହା ଦ୍ବାରା ଶରୀରକୁ ଶକ୍ତି ମିଳିବା ସହ ଖାଦ୍ୟ ସମସ୍ୟା ଦୂର ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.