ETV Bharat / bharat

ଅଶାଳୀନ ଭାଷା ବ୍ୟବହାରକାରୀଙ୍କ ବିରୋଧରେ ଆକ୍ସନ ନେଲା ଟ୍ବିଟର

author img

By

Published : May 6, 2020, 5:21 PM IST

ଅଶାଳୀନ ଭାଷା ବ୍ୟବହାରକାରୀଙ୍କ ପାଇଁ ଟ୍ବିଟର ନେଇ ଏକ ବଡ ପଦକ୍ଷେପ । ଟ୍ବିଟ ପୂର୍ବରୁ ପଠାଯିବ ଗୋଟିଏ ଆଲର୍ଟ ।

ଟ୍ବିଟରରେ ଅଶାଳୀନ ଭାଷା ଲେଖୁଥିବା ବ୍ୟବହାରୀଙ୍କ ବିରୋଧରେ କମ୍ପାନୀ ନେଲା ପଦକ୍ଷେପ

ନୂଆଦିଲ୍ଲୀ: ଟ୍ବିଟରରେ ଅଶାଳୀନ ଭାଷାର ବ୍ୟବହାର ବନ୍ଦ କରିବାକୁ କମ୍ପାନୀ ଏକ ବଡ ପଦକ୍ଷେପ ନେଇଛି। ବର୍ତ୍ତମାନ ୟୁଜର୍ସଙ୍କୁ ଟ୍ବିଟ୍ ପଠାଇବା ପୂର୍ବରୁ କମ୍ପାନୀ ଦ୍ୱାରା ଏକ ଆଲର୍ଟ ପଠାଯିବ ।

ଏହି ନୂତନ ଫିଚର ବା ବୈଶିଷ୍ଟ୍ୟରେ ଟ୍ୱିଟର ମଧ୍ୟ ପରୀକ୍ଷା କରୁଛି ଯେଉଁଥିରେ ଉପଭୋକ୍ତାମାନେ ଏହାର ଉତ୍ତର ଦେବା ପୂର୍ବରୁ ଏହାକୁ ଏଡିଟ କରିବାକୁ ପରାମର୍ଶ ମଧ୍ୟ ପାଇବେ । ସୋସିଆଲ ମିଡିଆର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଆଇଓଏସ୍ ବ୍ୟବହାରକାରୀମାନେ କିଛି ପଠାଇବା ପୂର୍ବରୁ ଏକ ନୋଟିଫିକେସନ ପାଇବେ। ଯେଉଁଥିରେ ଆପତ୍ତିଜନକ ଭାଷା ୟୁଜର୍ସଙ୍କୁ ଚେତାବନୀ ଦେବା ସହ ପଚରାଯିବ ଯେ, ଏହି ଟୁଇଟ୍ ସଠିକ୍ ଯୁକ୍ତି କରୁଛି କି ଏହାର ଭାଷା ଅପମାନଜନକ ?

ଏଥି ସହିତ ସୋସିଆଲ ମିଡିଆରେ ଆପତ୍ତିଜନକ ଭାଷାର ବ୍ୟବହାରକୁ ରୋକିବା ପାଇଁ ଇନଷ୍ଟାଗ୍ରାମ ମଧ୍ୟ ଗତ ବର୍ଷ ଏହିପରି ଏକ ବୈଶିଷ୍ଟ୍ୟ ଲଞ୍ଚ କରିଥିଲା। ଯେଉଁଥିରେ ଉପଭୋକ୍ତାମାନେ ପୋଷ୍ଟ କରିବା ପୂର୍ବରୁ ଏକ ଚେତାବନୀ ଆସିଥାଏ । ଏହି ବୈଶିଷ୍ଟ୍ୟ ବିଷୟରେ କମ୍ପାନୀ ପରବର୍ତ୍ତୀ ବିବୃତ୍ତିରେ କହିଛି ଯେ ଏହାର ଫଳାଫଳ ସକାରାତ୍ମକ ହୋଇଛି।

ସୂଚନାମୁତାବକ, କିଛି ଦିନ ପୂର୍ବରୁ ଟ୍ୱିଟର ବ୍ୟବହାରକାରୀଙ୍କୁ ମେସେଜ ବା ବାର୍ତ୍ତା ପଠାଇବାରେ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ପରିପ୍ରେକ୍ଷୀରେ, ଟ୍ୱିଟର ସମର୍ଥନର ଅଫିସିଆଲ୍ ଆକାଉଣ୍ଟରୁ ଏହା ଲେଖାଯାଇଥିଲା, 'ଆମେ ବର୍ତ୍ତମାନ ବାର୍ତ୍ତା ପଠାଇବାରେ କିଛି ଅସୁବିଧାର ସମ୍ମୁଖିନ ହେଉଛୁ। ଏହା ସମ୍ଭବ ଯେ ଆପଣ ମେସେଜ ନୋଟିଫିକେସନ ପ୍ରାପ୍ତ କରୁଛନ୍ତି, କିନ୍ତୁ ପଠାଯାଇଥିବା ମେସେଜ ଦୃଶ୍ୟମାନ ହେଉନାହିଁ । ଏହି ସମସ୍ୟା ସମାଧାନ ହେବା ମାତ୍ରେ ଆମେ ଆପଣଙ୍କୁ ଜଣାଇବୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.