ETV Bharat / bharat

DUSU ନିର୍ବାଚନରେ ଏବିଭିପିର ବୃହତ ବିଜୟ - ଅକ୍ଷିତ ଦହିୟା

ପ୍ରକାଶ ପାଇଲା DUSU ନିର୍ବାଚନ ଫଳାଫଳ । ତିନୋଟି ପଦରେ ଏବିଭିପିର ବାଜିମାତ । ଏବିଭିପିର ସଭାପତି ପ୍ରାର୍ଥୀ ଅକ୍ଷିତ ଦହିୟା ବିଜୟୀ

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Sep 13, 2019, 5:49 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି । ନିର୍ବାଚନରେ ଆରଏସଏସର ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତିନୋଟି ପଦରେ ବାଜିମାତ କରିଛି । ଅନ୍ୟପକ୍ଷେ କଂଗ୍ରେସର ଛାତ୍ର ସଙ୍ଗଠନ ଏନଏସୟୁଆଇକୁ କେବଳ ଗୋଟିଏ ପଦରେ ସନ୍ତୁଷ୍ଟ ହେବାକୁ ପଡିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ବିଶ୍ବବିଦ୍ୟାଳୟରେ ଏବିଭିପି ସଭାପତି ସହ ଉପ ସଭାପତି ଓ ଯୁଗ୍ମ ସମ୍ପାଦକ ପଦବୀରେ ବିଜୟ ହାସଲ କରିଛି । ସେହିପରି ଏନଏସୟୁଆଇ କେବଳ ସମ୍ପାଦକ ପଦରେ ବିଜୟୀ ହୋଇଛି । ଏବିଭିପିର ସଭାପତି ପ୍ରାର୍ଥୀ ଅକ୍ଷିତ ଦହିୟା ବିଜୟୀ ହୋଇଛନ୍ତି । ଅକ୍ଷିତ 19 ହଜାର ଭୋଟରେ ବିଜୟ ହାସଲ କରିଥିବା ଜଣା ପଡିଛି । ସେହିପରି ଉପସଭାପତି ପଦରେ ଏଭିବିପି ପ୍ରାର୍ଥୀ ପ୍ରଦୀପ ତମ୍ବର ଓ ଯୁଗ୍ମ ସମ୍ପାଦକ ପଦରେ ଶିବାଙ୍ଗୀ ଖରଓ୍ବାଲ ଜିତିଛନ୍ତି । ଅନ୍ୟପକ୍ଷେ ସମ୍ପାଦକ ପଦରେ ଏନଏସୟୁଆଇରୁ ପ୍ରାର୍ଥୀ ଥିବା ଆଶିଷ ଲାମ୍ବା ବିଜୟ ହାସଲ କରିଛନ୍ତି ।

ଡିୟୁଏସୟୁ ନିର୍ବାଚନରେ 39 ପ୍ରତିଶତ ମତଦାନ ହୋଇଥିଲା । ମତଦାନ ପାଇଁ 52ଟି କେନ୍ଦ୍ରର ଗଠନ ହୋଇଥିଲା ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.