ETV Bharat / bharat

‘କମଳ ନାଥ ଦିଲ୍ଲୀରେ ପ୍ରଚାର କଲେ କଲର ଧରି ଟାଣି ଆଣିବୁ’

ଶିରୋମଣି ଅକାଳୀ ଦଳର ବିଧାୟକ ମନଜିନ୍ଦର ସିଂହ ସିରସାଙ୍କ ବୟାନ ରାଜନୈତିକ ପ୍ରଚାର ଉଷ୍ଣତା ଭିତରେ ବିବାଦ ଛିଡା କରିବାକୁ ଯାଉଛି । କଂଗ୍ରେସ ଷ୍ଟାର ପ୍ରଚାରକ ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କୁ ଦିଲ୍ଲୀରେ ପ୍ରଚାର ପାଇଁ ପ୍ରବେଶ କରାଇଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

akali dal leader manjinder singh sirsa
akali dal leader manjinder singh sirsa
author img

By

Published : Jan 23, 2020, 2:48 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ 2020 ପାଇଁ ସବୁ ଦଳ ଜୋରଦାର ପ୍ରଚାର ଅଭିଯାନ ଆରମ୍ଭ କରିସାରିଲେଣି । ଏବେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଚତୁର୍ଦ୍ଦିଗରେ ନିର୍ବାଚନ ପ୍ରଚାର ହାୱା ବହୁଛି। ପ୍ରଚାର, ପଦଯାତ୍ରା, ଜନସଭା, ରାଲିରେ ଦିଲ୍ଲୀ ରାଜପଥରେ ରାଜନୀତି ଜଗତର ବରିଷ୍ଠ ଓ ଯୁବ ନେତା ନିଜ ଦଳ ପାଇଁ ପ୍ରଚାର ଅଭିଯାନରେ ସାମିଲ ହେଉଛନ୍ତି । ଏପରିସ୍ଥଳେ ଶିରୋମଣି ଅକାଳୀ ଦଳର ବିଧାୟକ ମନଜିନ୍ଦର ସିଂହ ସିରସାଙ୍କ ବୟାନ ରାଜନୈତିକ ପ୍ରଚାର ଉଷ୍ଣତା ଭିତରେ ବିବାଦ ଛିଡା କରିବାକୁ ଯାଉଛି । କଂଗ୍ରେସ ଷ୍ଟାର ପ୍ରଚାରକ ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କୁ ଦିଲ୍ଲୀରେ ପ୍ରବେଶ କରାଇଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ଭିିଡିଓ ସୌଜନ୍ୟ: ଟ୍ବିଟର@mssirsa

ବୁଧବାର କଂଗ୍ରେସ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ 20 ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଥିଲା । ଏଥିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ, ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାମ ସାମିଲ ରହିଛି ।

ଏବେ କମଳ ନାଥଙ୍କ ଦିଲ୍ଲୀ ପାଇଁ ନିର୍ବାଚନୀ ପ୍ରଚାରକୁ ନେଇ ମନଜିନ୍ଦର ସିଂହ ସିରସା କହିଛନ୍ତି ଯେ, କମଳ ନାଥ ଯଦି ଦିଲ୍ଲୀରେ ରାଲି କରିବେ ତେବେ ତାଙ୍କ କଲର ଟାଣି ଦିଲ୍ଲୀରୁ ବାହାର କରିଦିଆଯିବ । ତାଙ୍କୁ କୌଣସି ବି ପରିସ୍ଥିତିରେ ଦିଲ୍ଲୀରେ ପ୍ରଚାର କରାଇ ଦିଆଯିବ ନାହିଁ ବୋଲି ସିରସା କହିଛନ୍ତି । ଏହାସହ ସେ ସିଧାସଳଖ କଂଗ୍ରେସକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି ଯେ , କମଳ ନାଥଙ୍କୁ ଦିଲ୍ଲୀର କୌଣସି କୋଣରେ ବି ରାଲି କରିବାକୁ ଅନୁମତି ଦିଆଯିବ ନାହିଁ । କଂଗ୍ରେସ କମଳ ନାଥଙ୍କୁ କୌଣସି ପ୍ରଚାର ମଞ୍ଚକୁ ପଠାଇବାକୁ ପ୍ରୟାସ କରୁ ପରେ ଆମେ ତାଙ୍କୁ କଲର ଟାଣି ମଞ୍ଚରୁ ବାହାର କରିଦେବୁ ।

1984 ଶିଖ୍‌ ଦଙ୍ଗାରେ କମଳ ନାଥଙ୍କ ଉପରେ ଅଭିଯୋଗ ମାମଲାରେ ସିରସା କହିଛନ୍ତି ଯେ, କଂଗ୍ରେସ ଶିଖ୍‌ ହତ୍ୟାକାରୀଙ୍କୁ ପ୍ରମୋଟ କରୁଛି । ଅନେକ ପରିଶ୍ରମ ପରେ କମଳ ନାଥଙ୍କ ବିରୋଧରେ କେସ୍‌ ଖୋଲାଯାଇଛି । ମାତ୍ର କଂଗ୍ରେସ ତାଙ୍କୁ ବାରମ୍ବାର ସମର୍ଥନ, ଉତ୍ସାହିତ ଓ ମର୍ଯ୍ୟାଦା ଦେଉଛି । କଂଗ୍ରେସ କେବେ କମଳ ନାଥଙ୍କୁ ଟିକେଟ ଦେଇ ତ କେବେ ତାଙ୍କୁ ମୁଖ୍ୟମନ୍ତ୍ରୀ କରି ଉତ୍ସାହିତ କରୁଛି ।

ଏଠାରେ ସୂଚନା ଯୋଗ୍ୟ ୟେ, ଅକାଳୀ ଦଳ ଦିଲ୍ଲୀ ନିର୍ବାଚନ ନ ଲଢିବା ପାଇଁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବିଜେପି ସହ ସିଟ୍‌ ଭାଗବଣ୍ଟା ଓ ପରେ ସିଏଏକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟରେ ଅସନ୍ତୁଷ୍ଟ ହୋଇ ନିର୍ବାଚନ ନ ଲଢିବା ନିଷ୍ପତ୍ତି ନେଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.