ETV Bharat / bharat

ରାମ ମନ୍ଦିର ଭୂମିପୂଜା, ଅଯୋଧ୍ୟାରେ ପହଞ୍ଚିଲା ସ୍ବର୍ଣ୍ଣରେଖା ଓ ଖରାକାଇ ନଦୀମାଟି

ଅଗଷ୍ଟ 5ରେ ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜନ । ଏଥିପାଇଁ ସମସ୍ତ ତୀର୍ଥସ୍ଥଳୀର ପବିତ୍ର ମାଟି ଏବଂ ସ୍ବର୍ଣ୍ଣରେଖା ଓ ଖାରକାଇ ନଦୀର ଜଳ ଭୁମି ପୂଜନ ପାଇଁ ବ୍ୟବହୃତ ହେବ । ଏଥିସହ ପୂର୍ବ ସିଂହଭୂମରୁ ପାଞ୍ଚ ଲିଟର ପବିତ୍ର ଜଳ ଏବଂ ମାଟିରେ ଭର୍ତ୍ତି ହୋଇଥିବା ଏକ ପାତ୍ର ଅଯୋଧ୍ୟାକୁ ପଠାଯିବ

author img

By

Published : Jul 31, 2020, 4:48 PM IST

_holy water
ଦେଶର ପବିତ୍ର ନଦୀରୁ ଅଯୋଧ୍ୟା ପହଞ୍ଚିଲା ଜଳ

ଜମସେଦପୁର: ଅଗଷ୍ଟ 5ରେ ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜନ । ଏଥିପାଇଁ ସମସ୍ତ ତୀର୍ଥସ୍ଥଳୀର ପବିତ୍ର ମାଟି ଏବଂ ଜଳ ବ୍ୟବହୃତ ହେବ । ଝାଡଖଣ୍ଡର ପବିତ୍ର ନଦୀ ସ୍ବର୍ଣ୍ଣରେଖା ଓ ଖରାକାଇ ନଦୀର ମାଟି ଏଥିପାଇଁ ବ୍ୟବହୃତ ହେବ । ଏଥିସହ ପୂର୍ବ ସିଂହଭୂମରୁ ପାଞ୍ଚ ଲିଟର ପବିତ୍ର ଜଳ ଏବଂ ମାଟିଭର୍ତ୍ତି ପାତ୍ର ଅଯୋଧ୍ୟା ପଠାଯିବ ।

ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଂଯୋଜକ ଅବତାର ସିଂ ସୂଚନା ଦେଇଛନ୍ତି ଯେ, ଭୂମି ପୂଜନ ପାଇଁ ପବିତ୍ର ଜଳ ଓ ମାଟି ଜୁଲାଇ 25 ସୁଦ୍ଧା ସଂଗ୍ରହ କରାଯାଇ ଜୁଲାଇ 26ରେ ରାମ ମନ୍ଦିରକୁ ପଠାଯାଇଛି ।

ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ସ୍ବର୍ଣ୍ଣରେଖା ଓ ଖରାକାଇ ନଦୀରୁ ଜଳ ଆଣି ମନ୍ଦିରକୁ ପ୍ରଦାନ କରିଛନ୍ତି । ଏହାପୂର୍ବରୁ ଧାର୍ମିକ ଗୁରୁମାନେ ମନ୍ତ୍ର ଉଚାରଣ ସହ ଶଙ୍ଖ ଫୁଙ୍କି ପାରମ୍ପାରିକ ପୂଜାର୍ଚ୍ଚନା ସମ୍ପନ୍ନ କରିବା ପରେ ରାଜ୍ୟର ଦୁଇଟି ପ୍ରସିଦ୍ଧ ଧାର୍ମିକ ନଦୀ କୂଳରୁ ପବିତ୍ର ଜଳ ଉଠାଯାଇଥିଲା।

ପ୍ରକାଶ ଥାଉକି, ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଭୁମି ପୂଜନ ଅଗଷ୍ଟ 5ରେ ଧାର୍ଯ୍ୟ କରାଯାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଂଶଗ୍ରହଣ କରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.